ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଥିବା ସନ୍ଦେହ କରି ଜଣେ ଯୁବକଙ୍କ ବିରୋଧରେ ଥାନାରେ ଦିଆଯାଇଛି ଏତଲା । ସୁକିନ୍ଦା ଅଞ୍ଚଳରେ ଜଣେ ଯୁବକ ଦେଶବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସନ୍ଦେହ ପ୍ରକଟ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏ ନେଇ ସେମାନେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ସୁକିନ୍ଦାଗଡ଼ର ଜୈନିକ ମୁସଲମାନ ଯୁବକ ସାରିକ ଖାନ ସାମାଜିକ ଗଣମାଧ୍ୟମ ଫେସବୁକରେ ନିଜ ଠିକଣା ଯାଜପୁର, ସିଦ୍ଧି ,ପାକିସ୍ତାନ ଦର୍ଶାଇଛନ୍ତି । ଯାହାକି ତାଙ୍କର ପାକିସ୍ତାନ ବାସିନ୍ଦା କିମ୍ବା ଆତଙ୍କବାଦୀଙ୍କ ସହିତ କୌଣସି ସମ୍ପର୍କ ଥିବା ନେଇ ସନ୍ଦେହ ପ୍ରକାଶ ପାଉଛି । ଆଗାମୀ ଦିନରେ ଆମ ଗାଁ ପ୍ରତି, ଦେଶ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ । ବିଗତ ଦିନରେ ବି ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା । ତେଣୁ ପୋଲିସ ପ୍ରଶାସନ ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।