ସୁକିନ୍ଦାର ଦୁଇଜଣ ମୁଖ୍ୟ ପ୍ରଶାସନିକ ଅଧିକାରୀ ତହସିଲଦାର ଓ ବିଡ଼ିଓଙ୍କ ବଦଳିପରେ ଏହି ପଦବୀ ଦ୍ବୟରେ କାହାରିକୁ ନିଯୁକ୍ତି ଦିଆଯାଇ ନଥିବାବେଳେ ଦାନଗଦିର ଦୁଇଜଣ ପ୍ରଶାସନିକ ଅଧିକାରୀଙ୍କୁ ଅସ୍ଥାୟୀ ଦାୟିତ୍ୱ ଦିଆଯାଥିବାରୁ ସୁକିନ୍ଦା ପ୍ରଶାସନ ଏବେ କାମ ଚଳାରେ ଚାଲୁଥିବା ଦେଖିବାକୁ ମିଳିଛି l ସୁକିନ୍ଦା ତହସିଲଦାର ବୁଲବୁଲ ବେହେରାଙ୍କୁ ରାଜ୍ୟ ସରକାର କୋଭିଡ ନିୟମ ଉଲଂଘନ କରିଥିବା ଅଭିଯୋଗରେ ନିଲମ୍ବନ କରିବାପରେ ତାଙ୍କ ସ୍ଥାନରେ କାହାରିକୁ ନିଯୁକ୍ତି ଦିଆନଯାଇ ଦାନଗଦି ଅତିରିକ୍ତ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତଙ୍କୁ ଅସ୍ଥାୟୀ ଭାବେ କାର୍ଯ୍ୟଭାର ଅର୍ପଣ କରାଯାଇଛି l ଅନୁରୂପ ଭାବେ ସୁକିନ୍ଦା ବିଡ଼ିଓ. ଡ. ବିଶ୍ୱଜିତ ଦାସ ପଦୋନ୍ନତି ପାଇ କଳାହାଣ୍ଡି ଜିଲା ଭବାନୀପାଟଣାର ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ବେଳେ ତାଙ୍କ ସ୍ଥାନରେ ମଧ୍ୟ କାହାରିକୁ ନିଯୁକ୍ତି ଦିଆଯାଇନାହିଁ l ସେ ଗତ ୧୫ ତାରିଖରେ ଅସ୍ଥାୟୀ ଭାବନିଯୁକ୍ତ ଦାନଗଦୀ ବିଡ଼ିଓ ଡା. ମଣିପ୍ରସାଦ ମିଶ୍ରଙ୍କୁ ଗୁରୁବାର ଦାୟିତ୍ୱ ଅର୍ପଣ କରିଛନ୍ତି l ସମସ୍ୟାବହୁଳ ସୁକିନ୍ଦାରେ ପ୍ରଶାସନିକ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ନିମନ୍ତେ ସ୍ଥାୟୀ ତହସିଲଦାର ଓ ବିଡ଼ିଓଙ୍କୁ ନିଯୁକ୍ତିଦେବାକୁ ସାଧାରଣରେ ଦାବି ହେଉଛି l
#Sukinda #Block #Tahasil #Danagadi #NNSODIA