ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୯.୦୩): କଟକ ଏସସିବି ମେଡିକାଲରେ କିଡନୀ ପ୍ରତିରୋପଣରେ ପୁଣି ଏକ ସଫଳତା ନଜର ଆସିଛି। କଟକ ଜଗତପୁର ଅଞ୍ଚଳ ଜଣେ ବ୍ରେନ୍ ଡେଡ୍ ମହିଳାଙ୍କ ଅପରେସନ କରାଯାଇ ଦୁଇଟି କିଡନୀ କଢାଯାଇ ଦୁଇ ଜଣ କିଡ୍ନୀ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଛି।
ସୂଚନା ମୁତାବକ, ଜଗତପୁରର ଏହି ମହିଳା କୌଣସି କାରଣରୁ ଗୁରୁତର ହୋଇ ପ୍ରଥମେ କଟକ ଏସସିବି କାର୍ଡିଓଥୋରାସିସ ବିଭାଗରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କୁ ବ୍ରେନ୍ଡେଡ ଘୋଷଣା କରିଥିଲେ ଡାକ୍ତର। ଏହାପରେ ତାଙ୍କ ପରିବାର ଲୋକଙ୍କ ସହମତିରେ ତାଙ୍କ ଶରୀରରୁ ଦୁଇଟି କିଡନୀ କଢ଼ାଯାଇ ଦୁଇ ଜଣ କିଡନୀ ରୋଗୀଙ୍କ ଠାରେ ସଫଳ ପ୍ରତିରୋପଣ କରାଯାଇଥିଲା।