ଫଳ ଆଉ ପନିପରିବା ଚାଷ କରି ଆଜିକା ଦିନ ମାନଙ୍କରେ ଚାଷୀମାନେ ବହୁତ କ୍ଷତି ସହୁଛନ୍ତି ..,. ହେଲେ ଏହି କ୍ଷତିକୁ ଯଦି ଚାଷୀ ଭାଇମାନେ ବ୍ୟବସାୟରେ ପରିଣତ କରିଦିଅନ୍ତେ ତାହେଲେ ସେହି କ୍ଷତିରୁ ହିଁ ସେ ବେଶ ଲାଭବାନ ହୋଇପାରିବେ । ହଁ ଆଞା ସେମିତି ଏକ ଚାଷୀ ଯିଏକି କ୍ଷତିରୁ ହିଁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି ,., ସେ ହେଉଛନ୍ତି ମହାରାଷ୍ଟ୍ର ଜଳଗାଁଓର ୭୩ ବର୍ଷିୀୟ ଚାଷୀ ଅଶୋକ ପ୍ରଭାକର ଗଡେ ।

ଏମିତି ଏକ ସମୟ ଥିଲା ଯେଉଁ ସମୟରେ ତାଙ୍କର ୪୦ ପ୍ରତିଶତ କଦଳୀ ଫସଲ ନଷ୍ଟ ହୋଇଯାଇଥିଲା ,., ଆଉ ସବୁ କଦଳୀକୁ କମ ଟଙ୍କାରେ ମନରେ ଇଚ୍ଛା ନଥିଲେ ବି ବିକ୍ରି କରିବାକୁ ପଡୁଥିଲା..ଆଉ ସେ ସମୟରେ ସେ ଭାଗ୍ୟକୁ ଦୋଷ ଦେଇନଥିଲେ କି ., ଭାଙ୍ଗି ପଡିନଥିଲେ .., ନିଜେ କେମିତି ଏହି ନଷ୍ଟ କଦଳୀକୁ ବ୍ୟବହାର କରି ବ୍ୟବସାୟ କରିହେବ ତାର ଆଇଡିଆ ସଂଗ୍ରହ କଲେ ।

କଦଳୀରେ ଭିଟାମିନ , ମିନେରାଲ , ଏଭଳି ଅନେକ ପୋଷକତତ୍ୱ ଭରି ରହିଛି ତାପରେ ବି ବଜାରେ ଏହାର ମୂଲ୍ୟ କମ ହୋଇଯାଇଥାଏ ,., । କାରଣ କଦଳୀର ଆୟୁଷ ବହୁତ କମ ରହିଥାଏ ହେଲେ କେମିତି ଏହି କଦଳୀକୁ ବେଶି ଦିନ ରଖିହେବ ଚାଷୀମାନେ ଭଲ ଦୁଇ ପଇସା ରୋଜଗାର କରିପାରିବେ ତାହା ଉପରେ ଅଧ୍ୟୟନ କରୁଥିଲେ ଅଶୋକ । ଏହା ପରେ ୨୦୧୦ ରେ ଅଶୋକ କଦଳୀ ଯାତ ଦ୍ରବ୍ୟ ଉପରେ କାମ କରିବା ଆରମ୍ଭ କଲେ କାରଣ କଦଳୀରେ ଥିବା ପୋଷକତତ୍ୱ କୁ ନଷ୍ଟ ନକରିବା ସହ ଏହାକୁ ଜଲଦି କେମିତି ଗ୍ରାହକଙ୍କ ପାଖରେ ପହଂଚିବ ଏବଂ କଦଳୀ ଚାଷ କରିବା ପାଇଁ ଚାଷୀ ମାନଙ୍କର ମନ ବଳିବ ସେଥିପ୍ରତି ଧ୍ୟାନ ଦେଲେ |

ଏହାପରେ ସଂକଳ୍ପ ଏଣ୍ଟରପ୍ରାଇଜେସ ନାମକ ପ୍ରସେସିଙ୍ଗ ୟୁନିଟ ଆରମ୍ଭ କଲେ ଆଉ ପ୍ରଥମେ ତିଆରି କଲେ କଦଳୀର ଚିପ୍ସ, ପାଉଡର , ଲଡୁ ଓ ପାମ୍ପଡ . ଜାମ ଆଦି ତିଆରି କରିଥିଲେ । ଏହି ପ୍ରସୋସିଙ୍ଗ ୟୁନିଟ୍ ର କାମକୁ ପ୍ରଂଶସା ତ ମିଳିଲା ହେଲେ ଆଶାନୁରୂପକ ସଫଳତା ମିଳିଲା ନାହିଁ । ସାଧାରଣ ଉତ୍ପାଦନ କୁ ହଟାଇ ଆଉ କିଛି ନୂଆ କରିବାକୁ ସେ ଚେଷ୍ଟା କଲେ ଅଶୋକ ..,. ଯେଉଁଥିଲେ ସେ କଦଳୀ ବିସ୍କୁଟ ତିଆରି କରିଥିଲେ ଯାହାର ଆଇଡିଆ ତାଙ୍କୁ ତାଙ୍କ ପତ୍ନୀ କୁସୁମ ଠାରୁ ମିଳିଥିଲା । ଯାହା ପାଇଁ ଏବେ ଏହି ବାନାନା ବିସ୍କୁଟ ବଜାର ଖୁବ ବିକ୍ରି ହେଉଛି ଆଉ ଏହାର ରପ୍ତାନି ମହାରାଷ୍ଟ୍ର. ବେଙ୍ଗାଲୁର , ଏବଂ ଇନ୍ଦୋର , କୋଲକତା ସହ ଏମିତି ଅନେକ ଦେଶର ସହରକୁ ବି ବିକ୍ରି କରାଯାଇ ଅଶୋକ ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଲାଭବାନ ହୋଇପାରିଛନ୍ତି ।