ଭାଙ୍ଗିଲା ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲ ବନ୍ଧ। ଶହ ଶହ ହେକ୍ଟର ଜଳମଗ୍ନ, ଚିନ୍ତା ରେ ଚାଷୀ । ଚଳିତ ବର୍ଷ ଠାରୁ ଇନ୍ଦ୍ରାବତୀ ରୁ ପ୍ରଥମ ଥର ପାଇଁ ଉଠା ଜଳସେଚନ ରେ କୋକସରା ଓ ଧର୍ମଗଡ ବ୍ଲକ ର ଅଣଜଳସେଚିତ ଚାଷ ଜମି କୁ ପାଣି ଯୋଗାଇବା ପାଇଁ କେନାଲରୁ ପାଣି ଛଡା ଯାଇଥିଲା ।ହେଲେ ପ୍ରଥମ ବନ୍ୟାଜଳ ନିଷ୍କାସନ ରେ ହିଁ ଭାଙ୍ଗିଗଲା କେନାଲ ବନ୍ଧ ।ଫଳରେ ହେକ୍ଟର ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ହୋଇଛି। କୋକସରା ବ୍ଲକ ର ମାଝୀଗୁଡା ନିକଟରେ ବିଳମ୍ବିତ ରାତି ରେ ପାଣି ଓଭର ଫ୍ଲୋ ହୋଇଥିଲା କିନ୍ତୁ କେନାଲ ଦେଇ ପ୍ରବାହିତ ଯୋଗୁ ନିନ୍ମମାନ ର କାମ ହୋଇଥିବାରୁ କେନାଲ ବନ୍ଧ ଭାଙ୍ଗି ଯାଇ ପ୍ରାୟ ୧୦ ଫୁଟ ଖାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଚାଷୀଙ୍କ ରୁଆ ଓ ବୁଣା ଧାନ ରେ ପାଣି ମାଡ଼ି ଯିବାରୁ ମାଝୀଗୁଡା ଓ କୋକସରା ଅଞ୍ଚଳ ର ଚାଷି କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି।ପାଣି ରଖିବା ବ୍ୟବସ୍ଥା ଯୁଦ୍ଧ କାଳୀନ ଭିତ୍ତି ରେ କରା ନ ଗଲେ ପ୍ରାୟ ୧/୨-ଶହହେକ୍ଟର ଜମି ର ଚାଷ ସମ୍ପୂର୍ଣ ନଷ୍ଟ ହେବା ସମ୍ଭାବନା କୁ ଏଡାଇ ଦିଆ ଯାଇ ନ ପାରେ। ବର୍ତମାନ ସୁଦ୍ଧା ଘଟଣାସ୍ଥଳରେ କୌଣସି ଅଧିକାରୀ ପହଞ୍ଚି ନ ଥିବା ନେଇ ଚାଷୀ ଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଛି।
#KALAHANDI #NNSODIA