ଭୁବନେଶ୍ୱର(ଏନଏନଏସ୍): ଖରାଦିନ ଛୁଟିକୁ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏଥର ଖରା ଛୁଟିରେ ପାଠ ପଢିବେ ଛାତ୍ରଛାତ୍ରୀ । ଖରାଦିନ ଛୁଟି କହିଲେ ପିଲାଙ୍କ ମନରେ ଅନେକ ଖୁସି ଦେଖିବାକୁ ମିଳେ । କିନ୍ତୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାସକାଳୀନ ଶିକ୍ଷା ।
ମେ ମାସ ୪ ରୁ ହେଉଥିବା ଖରା ଛୁଟିରୁ ଏହା ଆରମ୍ଭ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ସିଲାବସ କରାଯାଇଛି । କ୍ଲାସର ଛାତ୍ରଛାତ୍ରୀଙ୍କୁ ନେଇ କରାଯାଇଛି ଗ୍ରୁପ । ପ୍ରତି ଗ୍ରୁପକୁ ମନିଟର କରିବେ ଜଣେ ଶିକ୍ଷକ । ସେମାନେ ଫୋନରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ଯେ ଅବସରକାଳୀନ ସିଲାବସ ଅନୁସାରେ କେତେ ପାଠ ପଢୁଛନ୍ତି । ଏହାର ମୁଖ୍ୟ ଉଦେଶ୍ୟ ଅଯଥାରେ ଯେପରି ଛାତ୍ର-ଛାତ୍ରୀଙ୍କ ସମୟ ନଷ୍ଟ ନହୁଏ ସେଥିପାଇଁ ଶିକ୍ଷା ସହ ଜଡିତ ରହିବେ ।