କୁହାଯାଏ ମନୋବଳ ବା ଇଛାଶକ୍ତି ଦୃଢ ଥିଲେ ଅସମ୍ଭଵକୁ ମଧ୍ୟ ସମ୍ଭବ କରିହୁଏ | ଯଦି ତୁମ ଜୀବନରେ କିଛି କରିବାକୁ ନିଶ୍ଚିତ କରିନେଇଛ ତେବେ ତେବେ ଜେଲର ଚାରି କାନ୍ଥ ମଧ୍ୟ ତାଙ୍କୁ ଅଟକାଇ ପାରିବ ନାହିଁ | ଏଭଳି ଏକ ମାମଲା ସାମ୍ନାକୁ ଆସିଛି ବିହାରର ନୱାଡା ଜିଲ୍ଲାରୁ | ଜଣେ ଛାତ୍ର ହତ୍ୟା ମାମଲାରେ ଜେଲରେ ସଜ୍ଜା କାଟୁଥିବା ଆଇଆଇଟିର ଜଏଣ୍ଟ ଆଡମିଶନ ଟେଷ୍ଟ ଫର ମାସ୍ଟର୍ସ (ଜେଏମ) ପରୀକ୍ଷାରେ ସଫଳ ହୋଇଛନ୍ତି । ଆଇଆଇଟି ରୁରକୀ ଦ୍ୱାରା ଆୟୋଜିତ ଏହି ପରୀକ୍ଷାରେ ଛାତ୍ର ଜଣକ ସର୍ବ ଭାରତୀୟ ସ୍ତରରେ ରାଙ୍କ ୫୪ ହାସଲ କରିଛନ୍ତି । ସୂରଜଙ୍କର ଏଭଳି ସଫଳତା ପଛରେ ଜେଲ ପ୍ରଶାସନର ପ୍ରମୁଖ ଭୂମିକା ଥିବା କଥା କୁହାଯାଉଛି ।
ଛାତ୍ର ଜଣକ ହେଲେ ବିହାର ୱାରିସାଲିଗଞ୍ଜ ଥାନା ଅଧୀନ ମୋସମା ଗାଁର ସୂରଜ କୁମାର | ସୁରଜ ହତ୍ୟା ମାମଲାରେ ବିଚାରାଧୀନ କଏଦୀ ଭାବେ ପ୍ରାୟ ବର୍ଷେ ହେଲା ଜେଲରେ ଅଛନ୍ତି|ବିହାର ନୱାଡା ମଣ୍ଡଳ ଜେଲରେ ଥିବାବେଳେ ସୁରଜ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ। ତେବେ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାରେ ଜେଲ ପ୍ରଶାସନ ତାଙ୍କୁ ବହୁତ ସାହାଯ୍ୟ କରିଥିବା ସେ କହିଛନ୍ତି | କଠିନ ପରିଶ୍ରମ ଏବଂ ନିଷ୍ଠାର ରହିଲେ ସବୁ ସମ୍ଭବପର ହୋଇପାରିବ ବୋଲି କହିଛନ୍ତି ସୁରଜ | |
ଉଲ୍ଲେଖ ଯୋଗ୍ୟ ଯେ ,ଗତ ବର୍ଷ ଏପ୍ରିଲ୍ ମାସରେ ୱାରିସଲିଞ୍ଜର ମୋସମା ଗ୍ରାମରେ ରାସ୍ତା ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ ହୋଇଥିଲା। ଏହି ମାରପିଟରେ ସଞ୍ଜୟ ଯାଦବ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ପାଟନାକୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟି ଥିଲା | ତା’ପରେ ମୃତକଙ୍କ ପିତା୯ ଜଣଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଗତ ବର୍ଷ ୧୯ ଏପ୍ରିଲରେ ସୁରଜଙ୍କ ସମେତ ଚାରି ଜଣଙ୍କୁ ପୋଲିସ ଗିରଫ କରି ଜେଲକୁ ପଠାଇ ଦେଇଥିଲା | ସେବେଠାରୁ ସୁରଜ ଜେଲରେ ରହିଆସୁଛନ୍ତି |