ନିଜ ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି | କିନ୍ତୁ ମାଟ୍ରିକ ପରୀକ୍ଷା କେନ୍ଦ୍ର ଅନ୍ୟ ସ୍କୁଲରେ ହେବାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଏହାକୁ ବିରୋଧ କରି କଟକ ଜିଲ୍ଲା ସାଲେପୁର ବ୍ଲକ୍ ଓଡ଼ାସିଂ ଯତୀନ୍ଦ୍ର ନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ନିଜ ସ୍କୁଲରେ ପରୀକ୍ଷା କେନ୍ଦ୍ର ନ ହେଲେ ଆମେ ସ୍କୁଲରେ ତାଲା ପକାଇବୁ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ | ପୂର୍ବରୁ ଏହି ସ୍କୁଲରେ ବୋର୍ଡ ପରୀକ୍ଷା ପାଇଁ ସେଣ୍ଟର କରାଯାଉଥିଲା | ଚଳିତ ବର୍ଷ କାହିଁକି ସ୍କୁଲରେ ସେଣ୍ଟର କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ | ତେଣୁ ତୁରନ୍ତ ସ୍କୁଲ କର୍ତୃପକ୍ଷ ଓ ଜିଲ୍ଲା ଶିକ୍ଷାଧିକାରୀ ନିଜ ସ୍କୁଲରେ ପରୀକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ |
ଏହି ଆନ୍ଦୋଳନରେ କେବଳ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ନୁହଁନ୍ତି ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ସହ ଅଭିଭାବକମାନେ ମଧ୍ୟ ସାମିଲ ହୋଇଥିଲେ । ଅନ୍ୟପଟେ ଏ ନେଇ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଉଚ୍ଚ କର୍ତୃପକ୍ଷଙ୍କୁ ଅବଗତ କରିଛନ୍ତି ବୋଲି କହିଛନ୍ତି | ତାଙ୍କ ହାତରେ କିଛି ନାହିଁ ଏବଂ ବୋର୍ଡ ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ପରୀକ୍ଷା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।