ଦୀର୍ଘ ୨୨ ବର୍ଷ ତଳେ ଚୋରି ହୋଇଥିବା ସୁନା ଅଳଙ୍କାର ଫେରି ପାଇଛନ୍ତି ପରିବାର ଲୋକେ । ପରିବାର ଲୋକଙ୍କୁ ଚୋରି ସୁନା ଫେରସ୍ତ କରିବାକୁ ଜାନୁଆରି ୫ ତାରିଖରେ କୋର୍ଟ ପୋଲିସ୍ କୁ ନିର୍ଦ୍ଦେଶ ଦେଇଥିଲେ | କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚୋରି ହୋଇଥିବା ୮କୋଟି ଟଙ୍କାର ସୁନା ଅଳଙ୍କାର ଚିରାଗ ଡିନ୍ ପ୍ରତିଷ୍ଠାତା ଅର୍ଜନ୍ ଦାସୱାନୀଙ୍କ ପୁଅ ରାଜୁ ଦାସୱାନୀଙ୍କୁ ଫେରାଇ ଦିଆଯାଇଥିଲା।
1998 ମସିହାରେ ଚୋରି ହୋଇଥିବା ସୁନା ଅଳଙ୍କାର ମଧ୍ୟରେ ରାଣୀ ଭିକ୍ଟୋରିଆଙ୍କ ପ୍ରତିଛବି ଥିବା ଏକ ସୁନା ମୁଦ୍ରା, ଦୁଇଟି ସୁନା ବ୍ରେସଲେଟ୍ ଏବଂ ଦୁଇଟି ସୁନା ବିସ୍କୁଟ, ଯାହାର ଓଜନ 1300 ଗ୍ରାମ ଏବଂ 200 ମିଲିଗ୍ରାମ | ଉକ୍ତ ଅଳଙ୍କାରର ମୂଲ୍ୟ ଏବେ 8 କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି |
ଏ ସମ୍ପର୍କରେ ସରକାରୀ ଓକିଲ ଇକବାଲ ସୋଲକର ଏବଂ କୋଲାବା ପୋଲିସ ଇନ୍ସପେକ୍ଟର ସଞ୍ଜୟ ଦାତା କହିଛନ୍ତି ଯେ ସମ୍ପତ୍ତି ଫେରସ୍ତ କରିବାରେ ସେମାନଙ୍କର କୌଣସି ଆପତ୍ତି ନାହିଁ। ରାଜୁ ଦାସୱାନୀ ଚୋରି ସୁନା ଅଳଙ୍କାରର ସମସ୍ତ ବିଲ୍ ଏବଂ ରସିଦ ଦାଖଲ କରିଛନ୍ତି, ଯାହା ଅଳଙ୍କାର ତାଙ୍କ ପରିବାରର ବୋଲି ନିଶ୍ଚିତ କରିଛି। ଅଦାଲତ ତାଙ୍କ ଆଦେଶରେ କହିଛନ୍ତି ଯେ ବିଶେଷ କରି ସୁନା ସାମଗ୍ରୀକୁ ପୋଲିସର ହେପାଜତରେ ରଖିବାର କୌଣସି ଯଥାର୍ଥତା ନାହିଁ। ଚୋରି ଘଟଣାର 19 ବର୍ଷରୁ ଅଧିକ ସମୟ ଅତିବାହିତ ହୋଇସାରିଛି | ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ମଧ୍ୟ ଜେଲରୁ ଖଲାସ ହୋଇସାରିଛନ୍ତି। ତେଣୁ ଯାହାର ସାମଗ୍ରୀ ତାଙ୍କୁ ଠିକ ଭାବେ ଚିହ୍ନଟ କରି ଫେରାଇ ଦେବା ଉଚିତ |
ସୂଚନାଯୋଗ୍ୟ, ୧୯୯୮ ମସିହା ମେ ୮ ତାରିଖରେ ଏକ ସଶସ୍ତ୍ର ଡକାୟତି ଦଳ କୋବଲାରେ ଥିବା ଅର୍ଜନ ଦାସୱାନୀ ଓ ତାଙ୍କ ସ୍ତ୍ରୀଙ୍କୁ ଘରେ ବାନ୍ଧି ଏହି ସୁନା ଅଳଙ୍କାରଗୁଡ଼ିକ ଚୋରି କରି ନେଇଯାଇଥିଲେ । ଏହି ଚୋରି ଘଟଣା ନେଇ ପୁଲିସରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ପରେ ଏହି ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରିଥିଲା।