କୋରୋନା ମହାମାରୀ ସମୟରେ ସାରା ବିଶ୍ୱର ଅର୍ଥନୀତିରେ ଅଧୋପତନ ଘଟିଛି ଏବଂ ଭାରତର ଜିଡିପି ମଧ୍ୟ ତଳକୁ ତଳ ଖସିବାରେ ଲାଗିଛି । ସେ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶିଳ୍ପାୟନ କ୍ଷେତ୍ରରେ ଘୋଷଣା ଏକ ନୂତନ ଆଶାର ସଞ୍ଚାର କରିଛି । ଅର୍ଥ ନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କର ଏହି ପଦକ୍ଷେପ ଓଡ଼ିଶା ପାଇଁ ଆଶୀର୍ବାଦ ସଦୃଶ । ଯଦି ଭବିଷ୍ୟତରେ ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକ୍ଷମ ହୁଏ ତେବେ ଭାରତର ଅର୍ଥନୀତି କ୍ଷେତ୍ରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିବ ।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହାଇ ଲେଭଲ କମିଟି ୧.୪୫ ଲକ୍ଷ କୋଟି ମୂଲ୍ୟର ୫ଟି ପ୍ରକଳ୍ପ ଅନୁମୋଦନ କରିଛନ୍ତି । ବିଗତ ଦୁଇ ଦଶନ୍ଧିର ଗ୍ରାଫକୁ ଦେଖିଲେ ପୋସ୍କୋ ଭଳି ଅନେକ ପ୍ଲାଣ୍ଟ ଆସିଛନ୍ତି ଏବଂ ଯାଇଛନ୍ତି କିନ୍ତୁ ସେ କ୍ଷେତ୍ରରେ ଭୂଷଣ ପାୱାର ଆଣ୍ଡ ଷ୍ଟିଲ ଲିମିଟଟେଡ଼, ଟାଟା ଷ୍ଟିଲ ଲିମିଟଟେଡ଼, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟଟେଡ଼, ରୁଙ୍ଗଟା ମାଇନ୍ସ ଲିମିଟଟେଡ଼ ଏବଂ ରୁଙ୍ଗଟା ମାଇନ୍ସ ଲିମିଟଟେଡ଼ର ଇଣ୍ଟିଗ୍ରେଟେଡ଼ ପ୍ଲାଣ୍ଟ ଓଡିଶା ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ଇସ୍ପାତ ଉତ୍ପାଦନ କ୍ଷମତା ଦ୍ୱିଗୁଣିତ ହେବା ସହିତ ୨୭ ହଜାର ନିଯୁକ୍ତି ସୃଷ୍ଟି ହେବ ଏବଂ ଧାତୁ କ୍ଷେତ୍ରରେ ଅଗ୍ରଣୀ ନିବେଶକ ମାନଙ୍କ ପାଇଁ ଦେଶର ସର୍ବୋଚ୍ଚ ପୁଞ୍ଜି ବିନିଯୋଗ ସ୍ଥଳ ଭାବେ ଓଡ଼ିଶାର ସ୍ଥିତକୁ ସୁଦୃଢ କରାଯାଇପାରିବ । ପ୍ରକଳ୍ପ ଅନୁମୋଦନ କରି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ଇସ୍ପାତ ସ୍ବପ୍ନ ସାକାର କରିବା ପାଇଁ ପ୍ରତ୍ୟେକ ପ୍ରକଳ୍ପରେ ବଡ ଧରଣର ଅଗ୍ରଗତିର ଆବଶ୍ୟକତା ଥିବା କହିଛନ୍ତି । ୨୦୩୦ ସୁଦ୍ଧା ଓଡିଶାକୁ ଭାରତର ଇସ୍ପାତ ହବ କରିବାର ଏହା ଶୁଭାରମ୍ଭ ଭଳି ମନେ ହେଉଛି । ଅନୁମୋଦନ ହୋଇଥବା ୫ ଟି ପ୍ରକଳ୍ପ ଇସ୍ପାତ ଉତ୍ପାଦନ କ୍ଷମତାକୁ ଦ୍ବିଗୁଣିତ କରି ୫୮ ନିୟୁତ ଟନ ସୃଷ୍ଟି କରିପାରିବ ଯାହା ବର୍ତ୍ତମାନ ୩୦ ନିୟୁତ ଟନ ଅଟେ ଏବଂ ଭବିଷ୍ୟତରେ ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନର ଲକ୍ଷ୍ୟ ହାସଲରେ ସହାୟକ ହେବ । ଗତ ବର୍ଷ କୋରୋନା ସମୟରେ ମଧ୍ୟ ୨.୯୬ ଲକ୍ଷ କୋଟିର ପୁଞ୍ଜିନିବେଶ ଏବଂ ଚଳିତ ବର୍ଷର ୧.୪୫ ଲକ୍ଷ କୋଟିକୁ ମିଶାଇ ପ୍ରାୟ ୪ କୋଟି ୪୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଓଡ଼ିଶା ପାଇଁ ଏକ ନୂତନ ଆଶା ସଞ୍ଚାର କରିଛି ।