କିନ୍ନର ମାନଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ଦାବିରେ ଆସନ୍ତା ୭ ତାରିଖ ଦିନ ରାଜ୍ୟ କିନ୍ନର ମହାସଙ୍ଘ ପକ୍ଷରୁ ବିଧାନସଭା ଘେରାଓ କରାଯିବାକୁ ନେଇ ଆଜି ଗୋପଛକଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା କିନ୍ନର ସଂଘ । ଉଚ୍ଚ ନ୍ୟାୟାଳୟର ଆଦେଶ ଅନୁସାରେ କିନ୍ନର ମାନଙ୍କୁ ମାନବୀୟ ବ୍ୟବହାର କରିବା ସହିତ ସମସ୍ତ ମୌଳିକ ସୁବିଧାସୁଯୋଗ ଯୋଗାଇଦେବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସରକାର କିନ୍ନର ମାନଙ୍କର ମୌଳିକ ଅଧିକାରକୁ କାହିଁକି ପୂରଣ କରୁନାହାନ୍ତି ବୋଲି ଅଭିଯୋଗ କରାଯାଇଛି । ଗତ ୨୦୧୫ ମସିହାରେ ରାଜ୍ୟ ସରକାର ରାଜ୍ୟର ୧୪୦୦୦ କିନ୍ନର ମାନଙ୍କୁ ଅନ୍ତୋଦୟ ଅନ୍ନଯୋଜନାରେ ସାମିଲ କରିବାକୁ ଘୋଷଣାକରି ମଧ୍ୟ ଏଯାଏ କାହିଁକି କରିପାରିନାହାନ୍ତି, ଏହାଛଡା ଜାଗା ମିଶନ ଆଇନ ଅନୁସାରେ ପ୍ରତି କିନ୍ନର ମାନଙ୍କୁ ଜମି ଘରଢିଅ ଯୋଗାଇଦେବା, କିନ୍ନର ମାନଙ୍କ ସର୍ଜରୀ ପାଇଁ ବିଜୁ ସ୍ବାସ୍ଥ୍ୟ ବୀମା କାର୍ଯ୍ୟକାରୀ କରିବା, କିନ୍ନର କଲ୍ୟାଣ ବୋର୍ଡ ଗଠନକରି ସେଥିରେ ୬୦ ପ୍ରତିଶତ କିନ୍ନର ମାନଙ୍କୁ ସଦସ୍ୟ କରିବା, ସରକାରୀ ଚାକିରୀ, ଶିକ୍ଷା, ନିର୍ବାଚନ ଆଦିରେ କିନ୍ନର ମାନଙ୍କ ପାଇଁ ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିବା, ରାଜ୍ୟର ସମସ୍ତ ଥାନାରେ କିନ୍ନର ପ୍ରକୋଷ୍ଠ ଖୋଲିବାକୁ ଦାବି କରାଯାଇଛି । ଏସବୁ ଦାବି ନେଇ ଆସନ୍ତା ୭ ତାରିଖ ଦିନ ରାଜ୍ୟ କିନ୍ନର ମହାସଙ୍ଘ ବିଧାନସଭା ଘେରାଓ କରିବାକୁ ଚେତାବନୀ ଦେଇଛନ୍ତି ଜିଲ୍ଲା କିନ୍ନର ସଙ୍ଘର ସଭାନେତ୍ରୀ ଏଲିନାଦାସ ।
#kendrapara #NNSODIA