ମମିତା ମେହେର ହତ୍ୟା ମାମଲାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏହି ପ୍ରସଙ୍ଗରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି ରାଜ୍ୟ ସରକାର । ବନ୍ଦ ଲଫାଫାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି । ଆସନ୍ତା ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପୂର୍ବରୁ ମାମଲାର ଶୁଣାଣି କରି ତଦନ୍ତର ଅଗ୍ରଗତି ନେଇ ସରକାରଙ୍କୁ ଷ୍ଟାଟସ୍ ରିପୋର୍ଟ ମାଗିଥିଲେ ହାଇକୋର୍ଟ । ମାମଲାରେ ନ୍ୟାୟ ପାଇବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମିତାଙ୍କ ବାପା ଓ ଭାଇ । ଶୀଘ୍ର ତଦନ୍ତ ସାରି ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ପାଇଁ ସେ ଆବେଦନ କରିଥିଲେ ।