ଭୁବନେଶ୍ୱର(ଏନଏନଏସ୍): ଆଜି ବିଜେଡି ସରକାରର ୫ମ ପାଳିର ଚତୁର୍ଥ ବର୍ଷ ପୁରା ହୋଇଛି । ନିର୍ବାଚନ ପୂର୍ବରୁ ବିଜେଡି ଦେଇଥିବା ପ୍ରତିଶ୍ରୁତି ପୁରା କରିବାକୁ ଯୋଜନା କରିଛି । ଏଥିପାଇଁ ଆଜି ଆରମ୍ଭ ହୋଇଛି ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।
ବୈଠକରେ ‘ମୋ ଘର’ ଯୋଜନାକୁ କ୍ୟାବିନେଟ ଅନୁମୋଦନ ମିଳିଛି । ନୂଆ ଯୋଜନା ‘ମୋ ଘର’ ର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାରେ ଗ୍ରାମୀଣ ଲୋକଙ୍କୁ ଘର ତିଆରି ପାଇଁ ସହାୟତା ଯୋଗାଇଦେବେ ସରକାର। ସେହିଭଳି ୨ଟି ଫିଲ୍ମ ଡେଲିଭରୀ ବୟ ଓ ଜ୍ୱିଗାଟୋକୁ କରମୁକ୍ତ କରାଯାଇଛି।