ଏବେ ପ୍ରତିଟି ଘରେ ଘରେ ପହଞ୍ଚିବ ବୀର ଓଡ଼ିଆ ପୁଅର ବୀରତ୍ୱର କାହାଣୀ । କାରଣ ଷ୍ଟାର ପ୍ଲସରେ ପ୍ରସାରିତ ହେବାକୁ ଯାଉଛି ଧାରାବାହିକ ‘ବିଦ୍ରୋହୀ’ । ଆସନ୍ତା ଅକ୍ଟୋବରରୁ ପ୍ରସାରିତ ହେବ ଧାରାବାହିକ ବିଦ୍ରୋହୀ । ପାଇକ ବୀର ବକ୍ସି ଜଗବନ୍ଧୁଙ୍କ ଜୀବନୀକୁ ନେଇ ପ୍ରସ୍ତୁତ କରାଯାଇଛି ଏହି କାହାଣୀ । ପାଇକ ବୀର ବକ୍ସି ଜଗବନ୍ଧୁଙ୍କର ଜୀଵନ, ସଂଗ୍ରାମ ଏବଂ ଇଂରେଜଙ୍କ ବିରୋଧରେ ପ୍ରଥମେ ସ୍ଵର ଉଠାଇଥିବା ପାଇକ ପୁଅ ମାନଙ୍କର ସଂଘର୍ଷ କାହାଣୀ ବିଷୟରେ ଜାଣିବାର ସୁଯୋଗ ପାଇବେ ଓଡ଼ିଶା ତଥା ଓଡ଼ିଶା ବାହାର ଲୋକ । ଭାରତୀୟ ସ୍ବାଧୀନତା ସଂଗାମର ପ୍ରଥମ ଯୋଦ୍ଧା, ଖୋର୍ଦ୍ଧା ମାଟିର ବରପୁତ୍ର ତଥା ପାଇକ ବିଦ୍ରୋହର ମୁଖ୍ୟ ପୁରୋଧା ଥିଲେ ବକ୍ସି ଜଗବନ୍ଧୁ । ୧୮୧୭ ମସିହାରେ ସେଭଇଷ୍ଟ ଇଣ୍ଡିଆ କମ୍ପୀନୀ ବିରୋଧରେ ଲଢେଇ କରିଥିଲେ । ସେ ଥିଲେ ରୋଢ଼ଙ୍ଗର ଜମିଦାର ଏବଂ ଖୋର୍ଦ୍ଧା ରାଜାଙ୍କର ସେନାପତି । ବକ୍ସିଙ୍କ ନେତୃତ୍ବରେ ପାଇକ ମେଳି ବ୍ରିଟିଶ ଶାସନ ଲାଗୁ କରିଥିବା ଲାଗୁ କରିଥିବା ମାତ୍ରାଧିକ ଟିକସ ଏବଂ ନିଷ୍କର ଜମି ଜବରଦଖଲ ବିରୋଧରେ ସ୍ୱର ଉଠାଇଥିଲେ । । ଷ୍ଡାର ପ୍ଲସରେ ପ୍ରସାରିତ ହେବାକୁ ଯାଉଥିବା ଏହି ‘ବିଦ୍ରୋହୀ’ ଧାରାବାହିକରେ ମୁଖ୍ୟ ବିଭୂମିକାରେ ନଜର ଆସିବେ ଟେଲି ସୁପରଷ୍ଟାର ଶରଦ୍ ମଲହୋତ୍ରା । ଶରଦଙ୍କ ବ୍ୟତୀତ ସୁଲଗ୍ନା ପାଣିଗ୍ରାହୀ, ହେମା ଇଙ୍ଗ୍ଲେ, ସୌରଭ ଗୋଖ୍ଲେ, ନିଖିଳ ଦାମ୍ଲେ, ପ୍ରିୟା ଟଣ୍ଡନ୍, ଡେନି ସୁର ମଧ୍ୟ ଗରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।
#Bidrohi #Starplus #BakshiJagabandhu #PaikaBidroha #NNSODIA