ଅନେକ ଦିନ ଧରି ଓଡିଶା ଏବଂ ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲି ଆସିଛି । ଶ୍ରୀଲଙ୍କାର ପୂର୍ବଜ ଓଡ଼ିଶାରୁ ଶ୍ରୀଲଙ୍କା ଯାଇ ସେଠାରେ ବସତି ସ୍ଥାପନ କରିଥିଲେ । କେତେକ ବିଶେଷଜ୍ଞ ମାନେ ମଧ୍ୟ ଏଥିନେଇ ସମ୍ମତି ପ୍ରଦାନ କରିଛନ୍ତି । ରାମାୟଣ , ମହାଭାରତ ଭଳି ଶ୍ରୀଲଙ୍କା ର ମହାଭମସ ଗ୍ରନ୍ଥ ରେ ମଧ୍ୟ ଏ ନେଇ ଅନେକ ସୂଚନା ପାଇ ପାରିବେ ।
ତେବେ ଆପଣମାନେ ତ ନିଶ୍ଚୟ ଶୁଣିଥିବେ ଯେ ଭଗବାନ ଶ୍ରୀ ରାମ ମାତା ସୀତାଙ୍କୁ ରାବଣ କବଳରୁ ରକ୍ଷା କରିବା ପାଇଁ ସମୁଦ୍ର ପାର କରି ଲଙ୍କା ଯାଇଥିଲେ । ଯେଉଁଥିରୁ ଶ୍ରୀଲଙ୍କା ଏବଂ ଭାରତ ଭିତରେ ଥିବା ସମ୍ପର୍କ ଯୁଗ ଯୁଗ ଧରି ରହି ରହିଆସୁଥିବା କୁହ ଯାଉଛି । ତେବେ ଏହାତ ଥିଲା ପୌରାଣିକ ଲୋକ କଥା । କିନ୍ତୁ ଖାଲି ଏତିକି ନୁହେଁ ଆହୁରି ମଧ୍ୟ ଅନେକ ଦିଗରୁ ଶ୍ରୀଲଙ୍କା ସହିତ ଓଡ଼ିଶାର ଐତିହାସିକ, ଧାର୍ମିକ ଏବଂ ବ୍ୟବସାୟିକ ସମ୍ପର୍କ ଥିବାର ନଜିର ରହିଛି । ଆମେ ଆପଣଙ୍କୁ ଗୋଟେ ପରେ ଗୋଟେ ସମସ୍ତ ତଥ୍ୟ ସମ୍ପର୍କରେ ଜଣାଇବୁ ।ତେବେ ଆସନ୍ତୁ ପ୍ରଥମେ ଜାଣିବା ଐତିହାସିକ ସମ୍ପର୍କ ସମ୍ବନ୍ଧୀୟ ତଥ୍ୟ ବିଷୟରେ ।
ପ୍ରାୟ ଖ୍ରୀଷ୍ଟପୂର୍ବ 600 ରେ ବଙ୍ଗର ରାଜା କଳିଙ୍ଗର ରାଜକୁମାରୀ ମାୟାବତୀଙ୍କୁ ବିବାହ କରିଥିଲେ । ବିବାହା ପରେ ତାଙ୍କୁ ଏକ କନ୍ୟା ପ୍ରାପ୍ତି ହୋଇଥିଲା ଯାହାଙ୍କୁ ସୁପଦେବୀ ନାମ ଦିଆ ଯାଇଥିଲା । କିନ୍ତୁ ବଡ ହେବା ପରେ ସୁପଦେବୀ ଏକ ସ୍ୱାଧୀନ ଜୀବନ ଜିଇଁବା ପାଇଁ ମହଲ ଛାଡି ଚାଲି ଯାଇଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ମଗଧ ଯିବା ବାଟରେ ହିଁ ସିଂହ ନାମକ ଜଣେ ଲୁଟେରା ପ୍ରମୁଖ ତାଙ୍କୁ ଅପହରଣ କରି ନିଜ ସାଥିରେ ରଖିଥିଲେ ଏବଂ ପରେ ସିଂହବାହୁ ଏବଂ ସିଂହସିଭାଳୀ ନାମକ ଦୁଇ ସନ୍ତାନର ଜନନୀ ହୋଇଥିଲେ । ଦିନେ ସୁଯୋଗ ଦେଖି ସୁପଦେବୀ ନିଜ ପିଲା ମାନଙ୍କୁ ନେଇ ଜଙ୍ଗଲ ଛାଡି ବଙ୍ଗ ଚାଲିଆସିଥିଲେ । ସେଠାରେ ସେ ସୁପଦେବୀ ରାଜ୍ୟର ସେନାପତିଙ୍କୁ ବିବାହ କରିଥିଲେ । ସେପଟେ ସିଂହ ନିଜର ପରିବାରକୁ ନ ପାଇ ରାଗରେ ଗାଁ ମାନଙ୍କୁ କରିବାରେ ଲାଗିଲା । ତେଣୁ ରାଜା ସିଂହ କୁ ମାରିବାର ପୁରସ୍କାର ସାରା ରାଜ୍ୟରେ ଘୋଷଣା କରିଥିଲେ ଏବଂ ସିଂହବାହୁ ପୁରସ୍କାର ପାଇଁ ନିଜ ପିତାକୁ ହତ୍ୟା କରି ଫେରିବା ବେଳକୁ ରାଜାଙ୍କର ମୃତ୍ୟୁ ହୋଇଯାଇଥିବାରୁ ତାଙ୍କୁ ବଙ୍ଗର ରାଜା ଘୋଷଣା କରାଯାଇଥିଲା । କିନ୍ତୁ ସୁପଦେବୀ ନିଜ ସ୍ୱାମୀଙ୍କୁ ରାଜ୍ୟଭାର ହସ୍ତାନ୍ତର କରିବା ପରେ ସିଂହ ବାହୁ ନିଜ ଭଉଣୀ ସିଂହସିଭାଲୀଙ୍କ ସହିତ ମହଲ ନିଜ ଜନ୍ମସ୍ଥାନକୁ ଚାଲି ଯାଇଥିଲେ । ସେଠାରେ ସେ ସିହ୍ନାପୁରା ନାମକ ଏକ ସହର ପ୍ରତିଷ୍ଠା କରିଥିଲେ । ସିଂହସିଭାଲୀଙ୍କ ସହ ବିବାହ ପରେ ତାଙ୍କର 32 ସାନ୍ତାନଙ୍କ ମଧ୍ୟରୁ ଜ୍ୟେଷ୍ଠପୁତ୍ର ଥିଲେ ବିଜୟ । ଅନେକ ସମୟ ପିତା ସିଂହବାହୁ ବିଜୟଙ୍କ କାର୍ଯ୍ୟକଳାପ କୁ ନେଇ ଅସନ୍ତୁଷ୍ଟ ଥିଲେ । ଶେଷରେ ଅତିଷ୍ଠ ହୋଇ ସେ ବିଜୟଙ୍କୁ ନିଜ 700 ଅନୁଗାମୀ ଙ୍କ ସହ ରାଜ୍ୟରୁ ବାହାର କରିଦେଇଥିଲେ । ସେମାନଙ୍କୁ ଜାହାଜ ଯୋଗେ ସିଲମ ବା ଶ୍ରୀଲଙ୍କା ପଠାଇ ଦିଆ ଯାଇଥିଲା । ସେଠାରେ ଶ୍ରୀଲଙ୍କାର ପ୍ରଥମ ରାଜା ଭାବେ ବିଜୟ ନିଜର ରାଜତ୍ଵ ଆରମ୍ଭ କରିବା ସହିତ ସିଂହଲୀ ଭାଷା ଏବଂ ଜାତିର ପ୍ରତିଷ୍ଠା କରିଥିଲେ । ଏହିପରି ଭାବେ ବର୍ତ୍ତମାନ ଶ୍ରୀଲଙ୍କାର ପ୍ରାୟ 75 ପ୍ରତିଶତ ଲୋକ ସିଂହଲୀ ଜାତିର ଅନ୍ତର୍ଗତ ଥିବା କୁହାଯାଏ ।
ଏବେ ଚାଲନ୍ତୁ ଜାଣିବା ଧାର୍ମିକ ସମ୍ପର୍କ ବିଷୟରେ । ପ୍ରାୟ ଖ୍ରୀଷ୍ଟପୂର୍ବ 540 ସମୟରୁ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ଆରମ୍ଭ ହୋଇଥିଲା କେବଳ ହିନ୍ଦୁମାନଙ୍କର କଠୋର ନିୟମ ଏବଂ ଜାତି ଭିତ୍ତିକ ମନୋବୃତ୍ତିକୁ ବିରୋଧ କରିବା ପାଇଁ ।ଖ୍ରୀଷ୍ଟପୂର୍ବ 483 ରେ ବୁଦ୍ଧଙ୍କର ମୃତ୍ୟୁ ପରେ ତାଙ୍କର ଏକ ଦାନ୍ତକୁ କଳିଙ୍ଗର ରାଜା ବ୍ରହ୍ମଦତ୍ତଙ୍କୁ ହସ୍ତଗତ କରାଯାଇଥିଲା ଏବଂ ଦନ୍ତପୁରମ ଠାରେ ଏହାର ପୂଜାପାଠ ମଧ୍ୟ କରିଯାଇଥିଲା । ଯେଉଁଥିରେ ବୁଦ୍ଧଙ୍କର ଅଲୌକିକ ଶକ୍ତି ଥିବା ବିଶ୍ୱାସ ଆଜିବି ରହିଛି । ତେବେ ଏହି ଦାନ୍ତକୁ ନେଇ ଅନେକ ବର୍ଷ ଧରି ଯୁଦ୍ଧ ଲାଗିରହିଥିଲା । ତେଣୁ ଏହାର ସୁରକ୍ଷା ପାଇଁ କଳିଙ୍ଗର ରାଜା ଗୁହାସିଭା ନିଜ ଝିଅ ହେମାମାଲି ଏବଂ ଜ୍ବାଇଁଙ୍କୁ ବୁଦ୍ଧଙ୍କ ଅବଶେଷ ସହିତ ଶ୍ରୀଲଙ୍କା ପଠାଇ ଦେଇଥିଲେ । ହେମାମାଲି ନିଜ କେଶ ମଧ୍ୟରେ ଲୁଚାଇ ଦାନ୍ତକୁ ନେଇ ମହାସେନାଙ୍କୁ ହସ୍ତାନ୍ତର କରିଥିଲେ । ସେବେଠାରୁ ଶ୍ରୀଲଂଙ୍କାର ଏକ ବୌଦ୍ଧ ମନ୍ଦିରରେ ବୁଦ୍ଧଙ୍କର ଅବଶେଷ ସେହି ମନ୍ଦିରରେ ପୂଜା ପାଇ ଆସୁଛି । ବର୍ତ୍ତମାନ ଏହା ବିଶ୍ୱର ଏକ ବିଶିଷ୍ଟ ଐତିହାସିକ ସ୍ଥଳ ଭାବେ ବେଶ ଜଣାଶୁଣା । ଏବେ ତ ଶ୍ରୀଲଙ୍କା ଏବଂ ଓଡ଼ିଶା ମଧ୍ୟରେ ଅନେକ ସାମଗ୍ରୀର ରପ୍ତାନୀ ଏବଂ ଆମଦାନୀ ହେଉଥିବା ଦ୍ଵାରା ବ୍ୟବସାୟିକ ସମ୍ପର୍କ ମଧ୍ଯ ଗଢି ଉଥିଲାଣି ।