କଥା କହିପାରୁନଥିବା ଜଣେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି | ଅନୂସୁଚିତ ଜନଜାତିର ଏହି ନାବାଳିକାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଥିଲେ | ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଞ୍ଚଳରେ | ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି ପୋଲିସ | ଅଭିଯୋଗ ଅନୁଯାୟୀ, ଗତକାଲି ସଂଧ୍ୟା ସମୟରେ ଘରେ କେହି ନଥିବା ବେଳେ ଅଭିଯୁକ୍ତ ବାବୁଲା ସିଂ ଜବରଦସ୍ତ ଘରେ ପଶି ଭିନ୍ନକ୍ଷମ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ | ବାପମା ଘରକୁ ଫେରିବା ପରେ ନାବାଳିକା ଜଣଙ୍କ ସବୁ କଥା ତାଙ୍କ ମା ଙ୍କୁ ଠାରି କି କହିଥିଲେ | ନାବାଳିକାଙ୍କ ମା ଆସି ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ଅଭିଯୋଗକୁ ଭିତି କରି ପୋଲିସ ଅଭିଯୁକ୍ତ ବାବୁଲାଙ୍କୁ ଥାନାରେ ଅଟକ ରଖିଛି | ଆଜି ଡାକ୍ତରୀମାଇନା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି |