ଅନେକ ସ୍ୱପ୍ନ ନେଇ ଗଢ଼ିଥିଲେ ସୁନାର ସଂସାର | କିନ୍ତୁ ପୁଅ ପାଲଟିଲା ସାତ ପର | ବୃଦ୍ଧ ବାପାମାଙ୍କୁ ଘରୁ ତଡ଼ିଦେଲା ପୁଅ | ନିଜ ଘରକୁ ପଶି ପାରୁନାହାନ୍ତି ଜନ୍ମ କଲା ବାପାମା । ଘରକୁ ଗଲେ ଜୀବନରୁ ମାରିଦେବା ଭଳି ଧମକ ଦେଉଛି ପୁଅ | ପୁଅ ଭୟରେ ସମ୍ପର୍କୀୟଙ୍କ ଘରେ ଜୀବନ ବିତାଉଛନ୍ତି ବୃଦ୍ଧ ବାପାମା | ଏଭଳି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜ଼ୀଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଚଡାବାହାଲ ଗ୍ରାମରେ |
ଚଡ଼ାବାହାଲ ଗ୍ରାମର ରଘୁମଣି କର୍ଣ୍ଣଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ | ସମ୍ପତ୍ତି ଲୋଭରେ ପୁଅ ଦୀର୍ଘ ୧୧ ମାସ ହେଲା ନିଜ ବାପା ମାଙ୍କୁ ଘରୁ ତଡି ଦେଇଛି | ଘରୁକୁ ଆସିଲେ ମାରି ଦେବାକୁ ଧମକ ଦେଉଛି ପୁଅ । ଏ ନେଇ ବୃଦ୍ଧ ଦମ୍ପତ୍ତି ମୁରିବାହାଲ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା | ପରେ ସେମାନେ ବଲାଙ୍ଗୀର ଜ଼ୀଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଗୁହାରି କରିଥିଲେ | ହେଲେ ସେଠାରେ ମଧ୍ୟ ନିରାଶ ହୋଇଥିଲେ ବୃଦ୍ଧ ଦମ୍ପତ୍ତି । ଶେଷରେ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜ ଘରକୁ ଯିବା ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି। କିନ୍ତୁ ଜିଲ୍ଲାପାଳ ନଥିବାରୁ ଦମ୍ପତି ପୁଣି ନିରାଶ ହୋଇ ଫେରିଯାଇଛନ୍ତି। ଅସହାୟ ବୃଦ୍ଧ ଦମ୍ପତିଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ହୋଇଛି |