ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ ୨୦ ଏପ୍ରିଲ୍ ଗୁରୁବାର ଦିନ ଲାଗିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଏହି ପରାଗ ଭାରତରେ କେଉଁ ସମୟରୁ ଆରମ୍ଭ ହେବ । ଏଥିସହ ଏହା ଲୋକଙ୍କ ଉପରେ କ’ଣ ପ୍ରଭାବ ପକାଇବ । ସବୁଠାରୁ ବଡ କଥା ହେଉଛି ଏହି ସମୟରେ କିଛି କାର୍ଯ୍ୟ ମଧ୍ୟ କରିବାକୁ ବାରଣ କରାଯାଇଛି । ତେବେ ଆସନ୍ତୁ ଜାଣିବା ସେ ସବୁ ବିଷୟରେ. . .
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ମହାବିଷୁବ ସଂକ୍ରାନ୍ତି ପରେ ପଡ଼ୁଥିବାର ମେଷ ରାଶିର ଲୋକଙ୍କ ଉପରେ କିଛି ପ୍ରଭାବ ପଡ଼ିପାରେ । କାରଣ ମହାବିଷୁବ ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ମେଷ ରାଶିକୁ ପ୍ରବେଶ କରିଥାନ୍ତି । ଏନେଇ ଏହି ରାଶିର ଲୋକଙ୍କ ଜୀବନ ଉପରେ ସୂର୍ଯ୍ୟ ପ୍ରତିକୂଳ ପ୍ରଭାବ ପକାଇବେ । ମେଷ ରାଶି ସହିତ ଏହା କନ୍ୟା ରାଶି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମିଥୁନ ରାଶି ଉପରେ ଭଲ ପ୍ରଭାବ ପଡିପାରେ ବୋଲି ସୂଚନା ରହିଛି।
ଚଳିତ ବର୍ଷ ୨୦୨୩ ରେ ମୋଟ ୪ଟି ଗ୍ରହଣ ଲାଗିବ । ସେଥିମଧ୍ୟରୁ ୨ଟି ସୂର୍ଯ୍ୟ ପରାଗ ଓ ୨ଟି ଚନ୍ଦ୍ର ଗ୍ରହଣ । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୨୦ରେ ଲାଗିବ । ପ୍ରଥମ ସୂର୍ଯ୍ୟ ପରାଗ ଦ୍ୱାରା ଅନେକ ରାଶି ଉପରେ ଖରାପ ପ୍ରଭାବ ପଡିବ ତ ଅନେକଙ୍କ ଉପରେ ଏହାର ଭଲ ପ୍ରଭାବ ବି ପଡି଼ବ । ଆପଣଙ୍କୁ କହି ରଖୁଛୁ ଯେ, ଏହି ସୂର୍ଯ୍ୟ ପରାଗ ଏପ୍ରିଲ ୨୦ ତାରିଖ ସକାଳ ୭.୦୪ ମିନିଟରେ ଆରମ୍ଭ ହୋଇ ମଧ୍ୟାହ୍ନ ୧୨.୨୯ ମିନିଟ ପର୍ୟ୍ୟନ୍ତ ଚାଲିବ । ବଡ କଥା ହେଉଛି ଏହି ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । କିନ୍ତୁ ଏହାର ଖରାପ ପ୍ରଭାବ କିଛି ରାଶିର ଲୋକଙ୍କ ଉପରେ ପଡି଼ବ।
ଜାଣି ରଖନ୍ତୁ ସୂର୍ଯ୍ୟ ପରାଗ ସମୟରେ କଣ କରିବେ ଓ କଣ ନକରିବେ:
–ସୂର୍ଯ୍ୟ ପରାଗ ସମୟରେ ଭଗବାନଙ୍କ ମୂର୍ତ୍ତି ଛୁଇଁବା ଉଚିତ୍ ନୁହେଁ ।
–ସୂର୍ଯ୍ୟ ପରାଗ ସମୟରେ ଖାଦ୍ୟ ଗ୍ରହଣ କରିବା ଉଚିତ୍ ନୁହେଁ । ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ ଆପଣ ଯେତେ ଅଧିକ ଖାଦ୍ୟ ଖାଇବେ ସେତେ ଅଧିକ ନର୍କରେ ଯନ୍ତ୍ରଣା ଭୋଗିବାକୁ ପଡିବ ।
–ସୂର୍ଯ୍ୟ ପରାଗ ସମୟରେ ଶୟନରୁ ଦୂରେଇ ରହିବା ଉଚିତ୍ । ସେହିଭଳି ଏହି ସମୟରେ ଖାଦ୍ୟ ଖାଇବା ଉଚିତ୍ ନୁହେଁ । କିନ୍ତୁ ରୋଗୀ, ଶିଶୁ ଏବଂ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ ନୁହେଁ ।
–ସୂର୍ଯ୍ୟ ପରାଗ ସମୟରେ କୌଣସି ଶୁଭ କାମ କରିବା ଉଚିତ୍ ନୁହେଁ।
–ସୂର୍ଯ୍ୟ ପରାଗ ପୂର୍ବରୁ ଗାଧୋଇ ଭଗବାନଙ୍କୁ ଉପାସନା, ପ୍ରାର୍ଥନା କରିବା ଉଚିତ ।
–ବିଶ୍ୱାସ ଅନୁଯାୟୀ ଗ୍ରହଣ ଏହି ସମୟରେ ଦିଆଯାଇଥିବା ଦାନ ସାଧାରଣ ଅପେକ୍ଷା ଅନେକ ଗୁଣ ଅଧିକ ଲାଭ ଦେଇଥାଏ ।
–ସେହିଭଳି ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗର୍ଭବତୀ ମହିଳାମାନେ ସୂର୍ଯ୍ୟ ପରାଗ ସମୟରେ ନିଜ ପାଇଁ ବିଶେଷ ଯତ୍ନ ନେବା ଉଚିତ୍ । ଏହି ସମୟରେ ସେମାନେ ଗୋଟିଏ ସ୍ଥାନରେ ବସି ହନୁମାନ ଚାଳିଶା ପାଠ କରିବା ଉଚିତ୍ ।
–ଏସବୁ ବ୍ୟତୀତ ପରାଗ କିମ୍ବା ଗ୍ରହଣ ସମୟରେ ଘରେ ଥିବା ଖାଦ୍ୟରେ ତୁଳସୀ ପତ୍ର ପକାଇ ରଖନ୍ତୁ । କାରଣ ଏପରି କରିବା ଦ୍ୱାରା ଖାଦ୍ୟ ଅଶୁଦ୍ଧ ହୋଇନଥାଏ ।