ମୟୁରଭଞ୍ଜ(ଏନଏନଏସ୍): ବାଇକ ହେଡ ଲାଇଟରୁ ବାହାରିଲା ବିଷଧର ନାଗସାପ । ଅଳ୍ପକେ ବର୍ତ୍ତିଲେ ଚାଳକ । ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବେତନାଟୀ ବନାଳ ଭଦୁଷୋଳ ଗାଁରେ । ସେହି ଗାଁର ଜଣେ ଯୁବକ ତାଙ୍କ ବାଇକରେ ସାପର ଗର୍ଜନ ଶୁଣିବା ପରେ ବାଇକର ହେଲଲାଇଟରେ ଏକ ବିଷଧର ନାଗସାପ ଥିବା ଜାଣିବାକୁ ପାଇଥିଲେ । ପରେ ବାଇକ ଚାଳକ ଜଣକ ଗାଡିରୁ ଓହ୍ଲାଇ ସ୍ନେକହେଲ୍ପ ଲାଇନକୁ ଫୋନ କରି ଡକାଇଥିଲେ ।
ଖବର ପାଇ ଘଟଣାସ୍ଥଳରେ ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଛାୟତ ପଂହଚି ପ୍ରାୟ ଦୁଇଘଂଟା ପରେ ସାପଟିକୁ ଗାଡିରୁ ବାହାର କରିଥିଲେ। ସାପଟିର ଲମ୍ବ ସାଢ଼େ ୩ଫୁଟ ହେବ । ଅନ୍ୟପଟେ ଉଦ୍ଧାର ସାପଟିକୁ ସ୍ନେକହେଲ୍ପ ଲାଇନ ସୁରକ୍ଷିତ ଭାବେ ଜଙ୍ଗଳରେ ଛାଡିଥିବା ଜଣାପଡିଛି ।