ପୁଷ୍ପରାଜ ନଇଁବ ବି , ଗିରଫ ବି ହେବେ | ଏହା ଆମେ କହୁ ନାହୁଁ, ଜଣେ ଆଇପିଏସ ଅଫିସର ତାଙ୍କ ଟ୍ୱିଟରେ ଲେଖିଛନ୍ତି | ସେ ଟ୍ୱିଟ କରିଛନ୍ତି ପୁଷ୍ପରାଜ କେବେ ନଇଁବେନି, ପୋଲିସ୍ ହାତରେ କେବେ ଧରାପଡ଼ିବେନି, ଏହି କଥା କେବଳ ଫିଲ୍ମରେ ହିଁ ସମ୍ଭବ। । କିନ୍ତୁ ବାସ୍ତବ ଜୀବନରେ ‘ପୁଷ୍ପରାଜ’ ନଇଁବ ବି ଗିରଫ ମଧ୍ୟ ହେବ । ଲାଲ୍ ଚନ୍ଦନ କାଠ ଚୋରା ଚାଲାଣକାରୀ ଧରାପଡ଼ିବା ପରେ ଆଇପିଏସ୍ ଅଫିସର ତାଙ୍କ ଟ୍ୱିଟରେ ଏଭଳି ଲେଖିଛନ୍ତି | ଯାହା ଏବେ ବେଶ ଭାଇରଲ ହେବାରେ ଲାଗିଛି | ଆମେ କହୁଛୁ ଉତ୍ତରପ୍ରଦେଶ ଶାମଲି ଜିଲ୍ଲାର ଏସପି ସୁକର୍ତ୍ତୀ ମାଧବ ମିଶ୍ରଙ୍କ ବିଷୟରେ | ୟୁଜର୍ସମାନେ ଏହି ଟୁଇଟ୍ ଉପରେ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଛନ୍ତି |
ଅଲୁ ଅର୍ଜୁନଙ୍କ ସୁପରହିଟ୍ ଫିଲ୍ମ ‘ପୁଷ୍ପା’କୁ ନେଇ ଲୋକଙ୍କ ମଧ୍ୟରେ କାଫି କ୍ରେଜ୍ ଦେଖିବାକୁ ମିଳୁଛି | ଏହି ଫିଲ୍ମ ଷ୍ଟାଇଲ୍ ରେ ରକ୍ତ ଚନ୍ଦନ କାଠ ଚାଲାଣ କରିବାକୁ ମଧ୍ୟ ପଛାଇଲେ ନାହିଁ ଜଣେ ଡ୍ରାଇଭର। ନିକଟରେ ମହାରାଷ୍ଟ୍ର ପୋଲିସ ନାଲି ଚନ୍ଦନ କାରବାରରେ ସମ୍ପୃକ୍ତ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ଦ୍ୱାରା ଅନୁପ୍ରାଣିତ ହୋଇ ଏହି ଅପରାଧ କରିଥିବା ଚୋରା ଚାଲାଣକାରୀ ପୋଲିସ ଆଗରେ ସ୍ୱୀକାର କରିଛି । ପୋଲିସକୁ ଚକମା ଦେବା ପାଇଁ ଚାଲାଣକାରୀ ଟ୍ରକରେ ନାଲି ଚନ୍ଦନ ରଖିବା ସହ ଏହା ଉପରେ ଅନେକ ଫଳ ବାକ୍ସ ମଧ୍ୟ ରଖିଥିଲେ | ଟ୍ରକ୍ ଉପରେ ଏକ କରୋନା ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହେଉଥିବା ଷ୍ଟିକର୍ ମଧ୍ୟ ଲଗାଯାଇଥିଲା |