<h3>ଲୋକସଭା ନିର୍ବାଚନରେ ୟୁପିର ଅମେଠିରୁ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। ଏହି ଆସନରେ କଂଗ୍ରେସ କିଶୋରୀ ଲାଲ ଶର୍ମାଙ୍କୁ ତାଙ୍କ ବିରୋଧରେ ପ୍ରାର୍ଥୀ କରିଥିଲା। ଏବେ ପ୍ରଥମ ରାଉଣ୍ଡରେ କଂଗ୍ରେସର କିଶୋରୀ ଲାଲ ଶର୍ମା ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କଠାରୁ ଆଗରେ ରହିଥିବା ଜଣାପଡ଼ିଛି। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ସକାଳ ୧୦ଟା ପର୍ୟ୍ୟନ୍ତ କିଶୋରୀ ଲାଲ ଶର୍ମା ସ୍ମୃତି ଇରାନୀଙ୍କଠାରୁ ୧୩ ହଜାର ୯୫୪ଭୋଟରେ ଆଗୁଆ ଅଛନ୍ତି। କିଶୋରୀ ଲାଲ ଶର୍ମା ଏପର୍ୟ୍ୟନ୍ତ ୪୩ହଜାର ୭୬ଭୋଟ୍ ପାଇଥିବା ବେଳେ ସ୍ମୃତି ଇରାନୀ ୨୯ହଜାର ୧୨୨ଭୋଟ ପାଇଛନ୍ତି। ସ୍ମୃତିଙ୍କଠାରୁ ବିଜେପି ବିଜୟ ଆଶା ରଖିଥିବା ବେଳେ ଏଥର ସେ ଦଳକୁ ନିରାଶ କରିପାରନ୍ତି ବୋଲି ପ୍ରଥମ ରାଉଣ୍ଡ ଦେଖି ଆଶଙ୍କା କରାଯାଉଛି। ଆଗକୁ ଅନେକ ରାଉଣ୍ଡ ଗଣତି ବାକି ଥିବା ବେଳେ କିଛି ଘଣ୍ଟା ପରେ ବାଜି ଓଲଟିପାରେ ବୋଲି ସ୍ମୃତି ଆଶା ରଖିଛନ୍ତି। ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନ ପାଇଁ ୭ଟି ପର୍ୟ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ଏଥର ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଏକାଠି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଅନ୍ୟପକ୍ଷରେ ବିଜେପି ଏନଡିଏରେ ଛୋଟ ଛୋଟ ଦଳକୁ ଅନ୍ତର୍ଭୁକ୍ତ କରିଥିଲା। ଲୋକସଭା ନିର୍ବାଚନ ପୂର୍ବରୁ ଅପନା ଦଳ (ଏସ), ସୁଭାସପା, ନିଶାଦ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ଏନଡିଏରେ ସାମିଲ ହୋଇଥିଲେ।</h3> <h3></h3>