ଏନଏନଏସ୍: ଦିବ୍ରୁଗଡ-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରେ ଧୂଆଁ । ଚକା ଜାମ୍ ଯୋଗୁଁ ଧୂଆଁ ବାହାରିଥିବା ସୂଚନା ମିଳିଛି । ଧୂଆଁ ବାହାରିବା ପରେ ଯାତ୍ରୀ ଛାନିଆଁ ହୋଇ ତଳକୁ ଓହ୍ଲାଇପଡିଛନ୍ତି । ତ୍ରୁଟି ମରାମତି ପରେ ଟ୍ରେନ ପୁଣି ଯାତ୍ରା ଆରମ୍ଭ କରିଛି । ରେଳ କର୍ମଚାରୀଙ୍କକହିବାନୁସାରେ, ଟ୍ରେନର ବ୍ରେକ ସୁରେ ଅଖା ପଶି ନିଆଁ ଲାଗିଥିଲା। ରେଳ କର୍ମଚାରୀ ଟ୍ରେନରେ ଥିବା ଅଗ୍ନି ନିର୍ବାପକ ଦ୍ଵାରା ନିଆଁ ଲିଭାଇଥିଲେ । ଲାଞ୍ଜିପଲ୍ଲି ରାମ ନଗର ଠାରେ ଅଧା ଘଣ୍ଟା ଟ୍ରେନ ଅଟକି ରହିବାପରେ ପୁଣି ଟ୍ରେନ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।