ପୁଣି ବିଗିଡ଼ିଲା କୋକିଳ କଣ୍ଠି ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା | ଅବସ୍ଥା ଗୁରୁତର ହେବାରୁ ଆଜି ପୁଣି ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ୯୨ ବର୍ଷୀୟା ଲତା କରୋନାରେ ସଂକ୍ରମିତ ହେବା ପରେ ଗତ 27 ଦିନ ଧରି ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ସେ ହେଉଛନ୍ତି ଚିକିତ୍ସିତ | ଲତା ଦିଦିଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରତିତ୍ ସମଦାନୀ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ଲତାଜୀଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଙ୍କ ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ଉପରେ 24 ଘଣ୍ଟା ନଜର ରଖିଛନ୍ତି | କୋକିଳ କଣ୍ଠି ଲତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରଶଂସକମାନେ ପ୍ରାର୍ଥନା କରୁଥିବା ଜଣାଯାଇଛି |
କିଛି ଦିନ ପୂର୍ବରୁ ସୁର ସାମ୍ରାଜ୍ଞୀ ଲତା ଦିଦିଙ୍କ ମୃତ୍ୟୁ ହୋଇଥିବା ନେଇ ସୋସିଆଲ ମିଡିଆରେ ଏକ ମିଛ ଖବର ଭାଇରାଲ ହୋଇଥିଲା। ଏହା ପରେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ପରିବାର ସଦସ୍ୟ ଟ୍ୱିଟ୍ କରି କହିଥିଲେ ଯେ, ଦୟାକରି ଏହି ମିଥ୍ୟା ଖବର ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ | ଏଭଳି ମିଛ ଖବର ଭାଇରାଲ ନକରିବାକୁ ପରିବାର ଲୋକେ ଅନୁରୋଧ କରିଥିଲେ |