ପୁରୀ(ଏନଏନଏସ୍): ସିଂହଦ୍ୱାରରେ ଚାଲିଛି ରୁପା ଛାଉଣୀ କାମ । ସିଂହଦ୍ୱାରରେ ରୁପା ଛାଉଣୀ କାର୍ଯ୍ୟ ଆରମ୍ଭ ହେବାର ପ୍ରଥମ ଦିନରେ କବାଟର ଦ୍ୱାର ବନ୍ଧ ଲାଗିବା କାମ ଆରମ୍ଭ ହୋଇଯାଇଛି । ମୁମ୍ବାଇରୁ ଆସିଥିବା ୧୩ ଜଣ କାରିଗର ଏହି କାର୍ଯ୍ୟ କରୁଛନ୍ତି । ନୂଆ ଦ୍ୱାର ବନ୍ଧ ଲାଗିବା ପୂର୍ବରୁ ନୂଆ ଚଉକାଠ ଲଗାଇବା କାର୍ୟ୍ୟ ଜାରି ରହିଛି ।
ସେପଟେ ନୀଳାଦ୍ରି ଭକ୍ତ ନିବାସରେ ନୂଆ ଦ୍ୱାର ଉପରେ ରୁପାର ଚାଦର ବାଡିଆ କାମ ଶେଷ ପର୍ୟ୍ୟାୟରେ ପହଂଚିଛି । ଏହାପରେ ଫ୍ରେମ ଉପରେ ରୁପାରେ ତିଆରି ସିଂହ ମୂର୍ତି ସହ ଅନ୍ୟାନ ଡିଜାଇନ୍ ଲାଗିବ । ଶ୍ରୀମନ୍ଦିର ସିଂହଦ୍ୱାରକୁ ସମ୍ପୁର୍ଣ୍ଣ ରୁପାରେ ଆଚ୍ଛାଦିତ କରାଯାଉଛି । ରୁପାର ଆବଶ୍ୟକ କଟିଂରୁ ନେଇ ଝଳେଇ କରାଯାଇଛି ।