ଅନ୍ଦୋଳନକୁ ଓହ୍ଲାଇଛନ୍ତି ଓୟୁଟିର ଶିକ୍ଷକ ସଂଘ । ୧୮ ଦଫା ଦାବି ନେଇ ସେମାନେ କଳାବ୍ୟାଜ୍ ପିନ୍ଧି ନୀରବ ଆନ୍ଦୋଳନ କରୁଛନ୍ତି । ପାଠପଢ଼ା ବ୍ୟାଘାତ ନ ହେବା ପାଇଁ ସେମାନେ କ୍ଲାସ୍ ସରିବା ପରେ ଓୟୁଟିର ପରିସରରେ ଏହି ଆନ୍ଦୋଳନ ଜାରି ରଖିଛନ୍ତି । ଏ ନେଇ ୧୮ ଦଫା ସମ୍ବଳିତ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଶିକ୍ଷକ ସଂଘର ଦାବି ଗୁଡିକ ହେଲା ଓୟୁଟିର ପ୍ରଧ୍ୟାପକ, ଅଧ୍ୟାପକ ପଦବୀଗୁଡିକ ସିଧାସଳଖ ଚୟନ କରାଯାଇ ତୁରନ୍ତ ନିଯୁକ୍ତି ଦିଆଯାଉ । ସେହିଭଳି ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବା କେଭିକେ ବୈଜ୍ଞାନିକମାନେ କøଣସି ଉପରିସ୍ଥ ପଦକୁ ଚୟନ ହୋଇଗଲେ ସେମାନଙ୍କର ପୂର୍ବ ବେତନର ସ୍କେଲ ସୁରକ୍ଷିତ ରଖାଯାଉ ।
ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରାଯିବାକୁ ସେମାନେ ଦାବି କରିଛନ୍ତି । ସେହିଭଳି ପୂର୍ବ ଅନୁସୃତ ୟୁନିଭର୍ସିଟି ଗ୍ରାଣ୍ଟଓ କମିଶନ ଦ୍ୱାରା ପ୍ରସ୍ତାବିତ ନିର୍ଦ୍ଦେଶାବଳୀ ଓୟୁଟିରେ ଅଧ୍ୟାପକ/ବୈଜ୍ଞାନିକ ଓ କୃଷି ବିଶେଷଜ୍ଞଙ୍କ ସିଧାସଳଖ ଚୟନ ଓ ନିଯୁକ୍ତି ଏବଂ ସେମାନଙ୍କ ସମୟଭିତ୍ତିକ ପଦୋନ୍ନତି ପ୍ରଦାନ ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରାଯାଉ । ଏଥିପାଇଁ ଅନୁସରଣ କରାଯାଉଥିବା ୨୦୦୯ ମସିହା ଭାରତୀୟ କୃଷି ଗବେଷଣା ପରିଷଦର ନିୟମାବଳୀକୁ ଶୀଘ୍ର ଉଚ୍ଛେଦ କରାଯିବାକୁ ସେମାନେ କହିଛନ୍ତି । ସେହିଭଳି ଓୟୁଟିର ବିଭିନ୍ନ ପ୍ରତିଷ୍ଠାନ କାର୍ଯ୍ୟାଳୟ ଓ କୃଷି ଫାର୍ମଗୁଡିକରେ କାର୍ଯ୍ୟରତ ନିୟମିତ ଶ୍ରମିକମାନଙ୍କୁ ଇପିଏଫ୍ ଓ ଇଏସ୍ଏଫ୍ ପ୍ରଦାନ ନିମନ୍ତେ ଅଧ୍ୟକ୍ଷ/ନିର୍ଦ୍ଦେଶକ/ ବିଭାଗ ମୁଖ୍ୟ ଓ ଭାରପ୍ରାପ୍ତ ଅଧିକାରୀମାନଙ୍କୁ ଦିଆଯାଇଥିବା କାରଣ ଦର୍ଶାଅ ନିର୍ଦ୍ଦେଶନାମାକୁ ତୁରନ୍ତ ପ୍ରତ୍ୟାହାର କରାଯିବାକୁ ସେମାନେ ଅନୁରୋଧ କରିଛନ୍ତି ।