ଏନଏନଏସ୍: ଅନେକ ବିଚାରବିମର୍ଶ ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ଥିର ହୋଇଛି । କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଅନେକ ଦିନ ଧରି ଚର୍ଚ୍ଚା ହେବା ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଭେଟେରାନ ଦଳର ନେତା ସିଦ୍ଦରମୈୟାଙ୍କ ନାମରେ ତାଙ୍କ ଷ୍ଟାମ୍ପ ଲଗାଇଛନ୍ତି। ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଓ ଡି. ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ସେମାନେ ମେ ୨୦ ତାରିଖରେ ଶପଥ ନେବେ ବୋଲି ବିଧିବଦ୍ଧ ଭାବେ ଘୋଷଣା କରିଛି କଂଗ୍ରେସ ।
ଅନେକ ସର୍ବେକ୍ଷଣ ପରେ ଗତକାଲି ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ସିଦ୍ଦରମୈୟା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ କରିଛି କଂଗ୍ରେସ । ଏନେଇ ଦିଲ୍ଲୀରୁ ବେଙ୍ଗାଲୁରୁ ପର୍ୟ୍ୟନ୍ତ ଦଳର ଅଧ୍ୟକ୍ଷ, ସାଧାରଣ ସମ୍ପାଦକ, ସମସ୍ତଙ୍କ ଅଧ୍ୟକ୍ଷତାରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ।