ସାଲେପୁର ,୦୮.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଅଷ୍ଟପ୍ରହରୀ ପ୍ରସାଦ ଖାଇ ୫ଟି ଗ୍ରାମର ଶହେରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟଯେ ଅଷ୍ଟପ୍ରହରୀ ପାଇଁ କାନପୁର, ରମକାପୁର, ଦେଉଳି,ଜୟୀରାମପୁର ଏବଂ ଗୁଆଳିପୁରର ବହୁ ଲୋକଙ୍କ ସମାଗମ ହୋଇଥିଲା ।
ଅଷ୍ଟପ୍ରହରୀ ପ୍ରସାଦ ପାଇବା ପରେ ସେମାନଙ୍କ ମଧ୍ୟରୁ ଅନେକ ଲୋକ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ଝାଡା ଏବଂ ବାନ୍ତି ହୋଇଥିବା ଦେଖିବାକୁ ମିଳିଛି । ଏହିଘଟଣାରେ ସାଲେପୁର ଏବଂ ମାହାଙ୍ଗର ୨ଟି ମେଡିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କର ଚିକିତ୍ସା କରୁଛନ୍ତି ।