ଶିଆଳି ବେଳାଭୁମି ଏବେ ପ୍ରକୃତିର ବିଭିଷିକା ରେ ଲୀନ ହେବକି…? ଜଗତସିଂହପୁର ଜିଲ୍ଲା ର ସମୁଦ୍ର ଉପକୁଳ ଅଞ୍ଚଳରେ ଭୟଙ୍କର ଭାବେ କୁଳ ଲଂଘୁଛି ସମୁଦ୍ର। ଭୟ ଓ ଆଶଙ୍କା ରେ ଦୁଇଟି ପଞ୍ଚାୟତ ର 20 ହଜାର ଲୋକ । ସମୁଦ୍ରର କରାଳ ରୂପ ଦେଖି ବାପଅଜା ଙ୍କ ଭିଟାମାଟି ଛାଡିବାକୁ ପ୍ରସ୍ତୁତ ହେଲେଣି ଲୋକେ।ଏପ୍ରି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତରେ। ରାଜ୍ୟ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଥିବା ଶିଆଳି ଏବେ ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଛି । ୩୦ କିଲୋମିଟର ବ୍ୟାପ୍ତ ଏହି ବେଳାଭୂମି ଏବେ ଇତିହାସ ପାଲଟି ଯିବାକୁ ବସିଲାଣି । ବେଳାଭୂମି କୁ ଅତିକ୍ରମ କରି ସମୁଦ୍ର ଏବେ ଜନ ବସତି ମୁଁହା । ଗତକାଲି ଠାରୁ ସମୁଦ୍ର ତାର କରାଳ ରୂପ ଧରି ଜନ ବସତି ଆଡକୁ ମାଡି ଆସୁଥିବା ଦେଖିବାକୁ ମିଳିଛି । ସେପଟେ ବର୍ଷା ଏବଂ ଲଘୁଚାପ ଯୋଗୁଁ ସମୁଦ୍ର ର ଲହଡି ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ମାଡି ଆସିଛି,ଫଳରେ ରାମତରା, ପଦ୍ମପୁର,କଳାବେଦୀ, ଓ ଗଡ଼ ହରିସ ପୁର ଅଞ୍ଚଳରେ ପାଣି ପଶି ଘରଦ୍ୱାର ପାଣିମୟ ହୋଇଗଲାଣି । ଏଥି ସହିତ ଶିଆଳି ବେଳାଭୂମି ଏବେ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ନିକଟରେ ଥିବା ଭିୟୁ ଟାୱାର ନିକଟରେ ମଧ୍ୟ ସମୁଦ୍ର ପହଁଚି ଗଲାଣି । ପୂର୍ବରୁ ଭିୟୁ ଟାୱାର ଠାରୁ ଦୁଇଶହ ମିଟର ଦୂରରେ ସମୁଦ୍ର ରହିଥିଲା । ସମୁଦ୍ରର ଜୁଆରରେ ଝାଉଁ ଜଙ୍ଗଲ ଗୁଡିକ ଏବେ ସମୁଦ୍ର ଗର୍ଭକୁ ଚାଲିଯାଉଥିବା ବେଳେ କାଜୁ ଜଙ୍ଗଲ ଗୁଡ଼ିକରେ ବ୍ୟାପକ ନଷ୍ଟ ହେବାରେ ଲାଗିଛି । ଏହି ଖବର ପାଇ ଜିଲ୍ଳା ପ୍ରଶାସନ ର ବରିଷ୍ଠ ଅଧିକାରୀ ମାନେ ପହଞ୍ଚିଛି ପରିସ୍ଥିତିର ଅନୁଧ୍ୟାନ ଆରମ୍ଭ କରିଛନ୍ତି । ପ୍ରତେକ ବର୍ଷ ଅଗଷ୍ଟ ମାସ ରୁ ନଭେମ୍ବର ପର୍ଯନ୍ତ ସମୁଦ୍ର ଏହି ସ୍ଥାନ ରେ ଅଶାନ୍ତ ରହିବା ସହ ସ୍ଥଳ ଭାଗ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଯଦି ତୁରନ୍ତ ଏ ସମ୍ବନ୍ଧୀୟ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ସାତଭାୟା ଭଳି ଦୁଇଟି ପଞ୍ଚାୟତ ସହ ଶିଆଳି ବେଳାଭୂମି ଦିନେ ସମ୍ପୂର୍ଣ୍ଣ ଭାବେ ସମୁଦ୍ର ଗର୍ଭରେ ଲୀନ ହୋଇଯିବ । ଏବଂ ଏଥିରେ ସନ୍ଦେହ ନାହିଁ । ଆଖ ପାଖ ଅଞ୍ଚଳବାସୀଙ୍କୁ ଏବେ ନିଜର ଭିଟାମାଟି ଛାଡି ଅନ୍ୟତ୍ର ସ୍ଥାନସ୍ତର ହବାକୁ ପଡ଼ିଲାଣି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏପରି ଯଦି ଆଗକୁ ସମୁଦ୍ରର କୋପ ପଡେ ତେବେ ସାତଭାୟା ପରି ଶିଆଳି ବି ବିଶ୍ୱ ମାନଚିତ୍ରରୁ ଲୀନ ହେଇଯିବ ।
#sialiseabeach #NNSODIA