ଟିଭି କ୍ୱିନ ଏକତା କପୁରଙ୍କ ବିଷୟରେ ଆସିଛି ଏକ ଚାଞ୍ଚଲ୍ୟକର ଖବର | ଏହି ଖବର ଶୁଣି ଆପଣ ମଧ୍ୟ ଚକିତ ହୋଇପାରନ୍ତି | ଯଦି ଆମେ ଆପଣଙ୍କୁ କହିବୁ ଯେ ଟିଭି ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିତ୍ୱଙ୍କୁ ବନ୍ଧୁକ ମୁନରେ କିଛି ଗୁଣ୍ଡା ଅପହରଣ କରିନେଇଛନ୍ତି, ଆପଣ ଏହାକୁ ବିଶ୍ୱାସ କରିବେ କି ? ବୋଧହୁଏ ନାଁ | କିନ୍ତୁ ଏହା ଘଟିଛି, ଯାହାର ପ୍ରମାଣ ଏହି ଭିଡିଓ | ଦେଖନ୍ତୁ ଏହି ଭିଡ଼ିଓଟିକୁ …
ଏକତା କପୁର ତାଙ୍କ ବାଲାଜୀ କାର୍ଯ୍ୟାଳୟ ବାହାରେ ଫଟୋଗ୍ରାଫରଙ୍କୁ ଫଟୋ ପାଇଁ ଦେଉଥିଲେ ପୋଜ୍ । ଏହି ସମୟରେ କିଛି ଗୁଣ୍ଡା ଶ୍ରେଣୀର ଲୋକ ତାଙ୍କୁ ଘେରି ଯାଇଥିଲେ | ତାଙ୍କୁ ବନ୍ଧୁକ ଦେଖାଇ ନିକଟରେ ଥିବା କାରରେ ବସିବା ପାଇଁ ଏକତାଙ୍କୁ କହିଥିଲେ | ପରେ ସେମାନେ ଏକତାଙ୍କୁ ଅପହରଣ କରି ପଳାଇ ଯାଇଥିଲେ। ଏହି ଭିଡିଓ ଦେଖି ଆପଣଙ୍କୁ ନିଶ୍ଚୟ ଝଟକା ଲାଗିଥିବା | କିନ୍ତୁ ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ | କାରଣ ଏକତାଙ୍କୁ କେହି କିଡନାପ କରିନାହାଁନ୍ତି। ଏହା ଏକ ପ୍ରାଂକ ଭିଡିଓ ପରି ଦେଖାଯାଉଛି | ବୋଧହୁଏ ଏକତା ତାଙ୍କ ନୂଆ ରିଆଲିଟି ସୋ ଲକଅପ୍ ର ପ୍ରମୋସନ ପାଇଁ ଜାଣିଶୁଣି ଏହି ଭିଡିଓ ସୁଟ କରି ସେୟାର କରିଥିବା ଆଲୋଚନା ହେଉଛି | କିଛି ଲୋକ ଏକତାଙ୍କ ଏହି କାର୍ଯ୍ୟକୁ ମଜାଳିଆ ଭାବିଥିବା ବେଳେ ଅନ୍ୟ କିଛି ଲୋକ ଏକତାଙ୍କ ଅଭିନୟ ଏବଂ ତାଙ୍କର ପ୍ରମୋସନାଲ୍ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛନ୍ତି |