କିନ୍ନରମାନେ ଏବେ ଆଉ ରାସ୍ତା କଡରେ ଠିଆ ହୋଇ ଭିକ୍ଷାବୃତ୍ତି କରିବେ ନାହିଁ | କିନ୍ନରଙ୍କୁ କରାଯିବ ଥଇଥାନ | ଭୁବନେଶ୍ୱରରେ କିନ୍ନରଙ୍କ ପାଇଁ ସ୍ଥାପନ ହେବ ଦୁଇଟି ଆଶ୍ରୟସ୍ଥଳୀ। ଏହା ପାଇଁ ମିଳି ସାରିଛି ସରକାରୀ ଅନୁମୋଦନ। ସୂଚନା ଅନୁଯାୟୀ, ୨୫ଟି ଲେଖାଏଁ ଶଯ୍ୟା ବିଶିଷ୍ଟ ହେବ ଦୁଇଟି ସ୍ୱତନ୍ତ୍ର ଆଶ୍ରୟସ୍ଥଳୀ। ଉଭୟ ଆଶ୍ରୟସ୍ଥଳୀର ପରିଚାଳନା ଦାୟିତ୍ୱରେ ରହିବେ ଦୁଇଟି କିନ୍ନର ସଂଗଠନ। କିନ୍ନରମାନଙ୍କୁ ଭିକ୍ଷାବୃତ୍ତିରୁ ନିବୃତ୍ତ କରି କରାଯିବ ଥାଇଥାନ।
ଆଗରୁ ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟିକୁ ଭିକାରୀ ମୁକ୍ତ କରିବା ପାଇଁ ସରକାର ଆଶ୍ରୟସ୍ଥଳୀ ନିର୍ମାଣ କରି ଭିକାରୀମାନଙ୍କୁ ଆଶ୍ରୟ ସ୍ଥଳୀରେ ଥଇଥାନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି । ମାତ୍ର କେତେଜଣ ବୃଦ୍ଧବୃଦ୍ଧା କୁଆଡେ ନଯାଇ ଆସିପାରିବାରୁ ବିଚରା ଭଗବାନଙ୍କୁ ଭରସା କରି ପଡିରହିଛନ୍ତି । କିନ୍ତୁ ସିଟି ଭିତରେ କଲମ ଗୋଛାଏ ଓ ଛୋଟ ପିଲାଙ୍କୁ କାଖରେ ଧରି କଲମ ବିକିବା ବାହାନାରେ ଖୁଲମଖୁଲା ଭିକ୍ଷା ବୃତ୍ତି କରୁଥିବା ଦେଖିବାକୁ ମିଳୁଛି |