ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ । ସିନା ବୋରା ବଞ୍ଚିଛନ୍ତି, କାଶ୍ମୀରରେ ରହୁଛନ୍ତି ବୋଲି ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏକ ବଡ଼ ଦାବି କରିଛନ୍ତି। ସିନା ବୋରାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତା ଇନ୍ଦ୍ରାଣୀ ମୁଖାର୍ଜୀ ସିବିଆଇ ନିର୍ଦ୍ଦେଶକଙ୍କୁ ଚିଠି ଲେଖି ଏହି ଦାବି କରିଛନ୍ତି। ନିକଟରେ ଜେଲରେ ସେ ଜଣେ ମହିଳାଙ୍କୁ ଭେଟିଥିଲେ । ସମ୍ପୃକ୍ତା ମହିଳା କାଶ୍ମୀରରେ ସିନା ବୋରାଙ୍କୁ ଭେଟିଥିଲେ ବୋଲି କହିଛନ୍ତି । ସିବିଆଇ ସିନାଙ୍କୁ କାଶ୍ମୀରରେ ଖୋଜିବାକୁ ଚିଠିରେ ଇନ୍ଦ୍ରାଣୀ ଉଲ୍ଲେଖ କରିଛନ୍ତି ।
ଏହାବ୍ୟତୀତ ଇନ୍ଦ୍ରାଣୀ ‘ସ୍ପେସାଲ୍ ସିବିଆଇ କୋର୍ଟ’ରେ ମଧ୍ୟ ଆବେଦନ କରିଛନ୍ତି। ଯଥାଶୀଘ୍ର ତାଙ୍କ ଆବେଦନର ଶୁଣାଣି ହେବାର ସମ୍ଭାବନା ରହିଛି। 2012ରେ ସିନା ବୋରାଙ୍କ ହତ୍ୟା ହୋଇଥିଲା । ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ୨୦୧୫ରୁ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଗିରଫ କରାଯାଇ ମୁମ୍ବାଇସ୍ଥିତ ବାଇକୁଲ୍ଲା ଜେଲରେ ରଖାଯାଇଛି। ଗତ ମାସରେ ବମ୍ବେ ହାଇକୋର୍ଟ ତାଙ୍କର ଜାମିନ ଆବେଦନ ଅଗ୍ରାହ୍ୟ କରିଦେବାରୁ ଓକିଲ ସାନା ଖାଁଙ୍କ ଜରିଆରେ ସେ ସୁପ୍ରିମକୋର୍ଟରେ ଆବେଦନ କରିବାର ସମ୍ଭାବନା ଅଛି।