ଆଜି ଶ୍ରୀମନ୍ଦିରରେ ଶମ୍ଭୁ ଏକାଦଶୀ । ଆଜିର ଦିନରେ ହରିହରଙ୍କୁ ଏକାଠି ପୂଜାର୍ଚ୍ଚନା କରାଯିବାର ଏହା ହେଉଛି ଅନନ୍ୟ ପରମ୍ପରା । ସୋମବାର ଦିନ ଏକାଦଶୀ ପଡ଼ିଲେ ଶ୍ରୀମନ୍ଦିରରେ ପାଳିତ ହୁଏ ଶମ୍ଭୁ ଏକାଦଶୀ ।
ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ୍ସ ଅନୁଯାୟୀ ଶମ୍ଭୁ ଏକାଦଶୀରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଭଣ୍ଡାରରକ୍ଷକ ଶ୍ରୀଲୋକନାଥ ସେବକଙ୍କ ଗହଣରେ ଯାଇ ଶ୍ରୀଲୋକନାଥ ମନ୍ଦିରରେ ବିଜେ ହୁଅନ୍ତି । ଏହାପରେ ଶ୍ରୀଲୋକନାଥ ଓ ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ଏକତ୍ର ସମ୍ପନ୍ନ ହୋଇଥାଏ । କିନ୍ତୁ ଦୀର୍ଘ ୪୦ ବର୍ଷ ହେବ ଏହି ଅନନ୍ୟ ପରମ୍ପରା ବନ୍ଦ ହୋଇଯାଇଛି । ଯାହାଫଳରେ ମହାପ୍ରଭୁ ଆଉ ବାବା ଲୋକନାଥଙ୍କ ମନ୍ଦିରକୁ ଯାଉନାହାନ୍ତି । ଶ୍ରୀମନ୍ଦିରରେ ହିଁ ହରିହର ଭେଟ କରି ଶମ୍ଭୁ ଏକାଦଶୀ ନୀତି ତୁଲାଯାଉଛି ।