ପରଦା ଉପରେ ରାଜ୍ କରୁଥିବା ଶାହାରୁଖ୍ କେବଳ ନାମରେ ବାଦ୍ଶାହା ନୁହଁନ୍ତି ଜଣେ ପ୍ରକୃତ ବାଦ୍ଶାହା ଭଳି ତାଙ୍କ ଜୀବନଶୈଳୀ । ବମ୍ବେରେ ଥିବା ତାଙ୍କ ବିଳାସପୂର୍ଣ୍ଣ ଘର ମନ୍ନତ ହେଉ କିମ୍ବା ଦାମୀ ଦାମୀ କଲେକ୍ସନ ଗାଡି, ତାଙ୍କ ବିଳାସପୂର୍ଣ୍ଣ ଲାଇଫ୍ ଷ୍ଟାଇଲ କୌଣସି ରାଜାଙ୍କଠାରୁ ମଧ୍ୟ କମ୍ ନୁହେଁ । ଆପଣ ଜାଣିଛନ୍ତି ଶାହାରୁଖ୍ ଚନ୍ଦ୍ରରେ ମଧ୍ୟ ଏକ ଜାଗା କିଣିଛନ୍ତି । ଏହାବ୍ୟତୀତ କିଙ୍ଗଖାନ୍ ଦୁବାଇର ଏକ ପୂରା ଦ୍ୱୀପର ମାଲିକ । ସେ ରାଜା ଭଳି ବଞ୍ଚନ୍ତି ଏବଂ ତାଙ୍କ ସଉକ୍ ମଧ୍ୟ ତାଙ୍କ ଫିଲ୍ମ ପରି ରଇସ୍ । ୨୦୦୭ରେ ଦୁବାଇ ଟୁରିଷ୍ଟ ବ୍ରାଣ୍ଡ ଆମ୍ବାସାଡାର ଶାହାରୁଖ୍ଙ୍କୁ ଦୁବାଇର ପାମ୍ ଜୁମେରାହରେ ଏକ ଦ୍ୱୀପ ଉପହାର ସ୍ୱରୁପ ଦେଇଥିଲେ । ଏହି ଦ୍ୱୀପରେ ଶାହାରୁଖ୍ଙ୍କ ଏକ ବିଳାସପୂର୍ଣ୍ଣ ଘର ରହିଛି । ତାର ନାଁ ମଧ୍ୟ ମନ୍ନତ । ଏହି ଘରର ମୂଲ୍ୟ ୨.୮ ମିଲିୟନ୍ ଡଲାର , ଯାହା ପ୍ରାୟ୧୮ କୋଟି ଟଙ୍କା ହେବ । ତେବେ ଏହା ବିଶ୍ୱର ସବୁଠାରୁ ବଡ଼ କୃତ୍ରିମ ଦ୍ୱୀପ ଅଟେ । ରିପୋର୍ଟ ଅନୁସାରେ ଶାହାରୁଖ୍ଙ୍କ ଏହି ସୁନ୍ଦର ହଲିଡେ ଭିଲା ୧୪ ହଜାର ବର୍ଗଫୁଟ ଜମି ଉପରେ ନିର୍ମିତ ହୋଇଛି । ଶାହାରୁଖ୍ଙ୍କ ପତ୍ନୀ ଗøରୀ ଖାନ୍ ନିଜେ ଏହାର ଇଣ୍ଟେରିୟର ଡିଜାଇନ୍ କରିଛନ୍ତି । ଏହି ଭିଲ୍ଲା ପ୍ରକୃତରେ କୌଣସି ଜନ୍ନତ ବା ସ୍ୱର୍ଗଠାରୁ କମ୍ ନୁହେଁ ।