ଭୁବନେଶ୍ୱର(ଏନଏନଏସ୍): ରାଜ୍ୟରେ ନିଆଁ ବର୍ଷା । ଡହଳବିକଳ ଜନଜୀବନ । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୨.୨ ଡିଗ୍ରୀ ପାର୍ କରିଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ ବୋଲି ମଧ୍ୟ ଜଣାପଡ଼ିଛି । ଏନେଇ ସିଭିୟର ହିଟ୍ ୱେଭ୍ ପାଇଁ ଆଜି ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ପଶ୍ଚିମ ଓଡ଼ିଶାର ୫ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ସୋନପୁରକୁ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ଅନ୍ୟପଟେ ହିଟୱେଭ୍ ନେଇ ତାପମାତ୍ରା ଝାରସୁଗୁଡାରେ ୪୨.୨ ଡ଼ିଗ୍ରୀ, କେନ୍ଦୁଝର ୩୯.୨ ଡ଼ିଗ୍ରୀ, ଚାନ୍ଦବାଲି ୩୮.୬ ଡ଼ିଗ୍ରୀ, ପୁରୀ ୩୬ ଡ଼ିଗ୍ରୀ, ଗୋପାଳପୁର ୩୫.୪ ଡ଼ିଗ୍ରୀ, ପାରାଦୀପ ୩୪.୪ ଡ଼ିଗ୍ରୀ, ବାଲେଶ୍ୱର ୩୩.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି।