ଜାଡରେ ଥରୁଛି ଓଡିଶା । ଉପାନ୍ତରୁ ଉପକୂଳ ସବୁଠି ଖସୁଛି ପାରଦ । ଦାରିଙ୍ଗବାଡିରେ ରାତି ତାପମାତ୍ରା ୪ ଡିଗ୍ରୀ ତଳକୁ ଖସି ଆସିଛି । ସେହିପରି ସୁନ୍ଦରଗଡ଼ କୋଇଡାରେ ତୁଷାରପାତ ହୋଇଛି । ପାହାଡିଆ ଅଂଚଳ କୋଇଡ଼ାରେ ତାପମାତ୍ରା ମଧ୍ୟ ୪ ଡିଗ୍ରୀ ତଳେ ରହିଛି । ଆଗାମୀ ୨ରୁ ୩ ଦିନ ପ୍ରବଳ ଥଣ୍ଡା ନେଇ ପାଣିପାଗ ବିଭଗର ସର୍ତକ ସୂଚନା ଜାରି । ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।
ଆଭ୍ୟନ୍ତରୀଣ ଓ ଉପକୂଳ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭବ ହେବା ନେଇ ପାଣିପାଗ ବିଭାଗର ସର୍ତକତା । ସୁନ୍ଦରଗଡ, ଝାରସୁଗୁଡା, ବରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ସୋନପୁର, ବୌଦ୍ଧ, କନ୍ଧମାଳ, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ଦେବଗଡ, ଓ ସମ୍ବଲପୁର ଜିଲ୍ଲା ପାଇଁ ୟୋଲୋ ୱାଣ୍ଣିଂ ଜାରି କରାଯାଇଛି । କନ୍ଧମାଳର ଦାରିଙ୍ଗବାଡି ଏବେ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ସପ୍ତାହେ ହେଲାଣି ଜିଲ୍ଲାରେ ଶୀତ ଯୋଗୁଁ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇଯାଇଛି । ସଂଧ୍ୟା ୬/୭ଟା ପରଠାରୁ ଶୀତ ଆରମ୍ଭ ହୋଇଯାଉଛି । କୁହୁଡି ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ଲାଗି ରହୁଛି । ଜାଡ ମାଡରେ ହାତ ଗୋଡ କାଲୁଆ ହୋଇଯାଉଛି । ଥଣ୍ଡାରୁ ରକ୍ଷା ପାଇବା ଲାଗି ବୟସ୍କ, ରୋଗୀ, ଛୋଟ ପିଲାମାନେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।