ଉପଭୋକ୍ତାମାନେ ସେମାନଙ୍କ ଭାବନାକୁ ପରି ପ୍ରକାଶ କରିବାକୁ ହ୍ୱାଟ୍ସ ଆପ୍ ରେ ଇମୋଜି ବ୍ୟବହାର କରନ୍ତି | ବେଳେବେଳେ ଏକ ଇମୋଜି ଏପରି କଥା କହିଥାଏ, ଯାହା ଲେଖାରେ ମଧ୍ୟ ପରିପ୍ରକାଶ କରାଯାଇପାରେ ନାହିଁ | କିନ୍ତୁ ଆପଣ କେବେ ଭାବିପାରୁଛନ୍ତି କି ଇମୋଜି ପଠାଇବା ଯୋଗୁ ଆପଣଙ୍କୁ ଜେଲ ଯିବାକୁ ମଧ୍ୟ ପଡିପାରେ ! ଆଜ୍ଞା ହଁ ଏପରି ଏକ ନିୟମ ଅଛି, ଯେଉଁଥିରେ ଇମୋଜି ପାଇଁ ଆପଣଙ୍କୁ ଜେଲ ଦଣ୍ଡ ବି ମିଳିପାରେ | ସାଉଦି ଆରବରେ ହ୍ୱାଟ୍ସ ଆପ୍ ରେ ‘ରେଡ୍ ହାର୍ଟ’ ଇମୋଜି ପଠାଇବା ଏକ ଅପରାଧ।
ରିପୋର୍ଟ ଅନୁସାରେ, ହ୍ୱାଟ୍ସ ଆପ୍ ରେ ‘ରେଡ୍ ହାର୍ଟ’ ଇମୋଜି ନ ପଠାଇବା ପାଇଁ ସାଉଦି ସାଇବର ଅପରାଧ ବିଶେଷଜ୍ଞମାନେ ଲୋକଙ୍କୁ ଚେତାବନୀ ଦେଇଛନ୍ତି। ସେମାନଙ୍କ ମତରେ ଅନଲାଇନ୍ ଚାଟ୍ ସମୟରେ ପଠାଯାଇଥିବା ‘ରେଡ୍ ହାର୍ଟ’ ଇମୋଜି ପଠାଇବା ଏକ ହାରାଶମେଣ୍ଟ ଅପରାଧ | ଯଦି ଆପଣ କାହାକୁ ‘ରେଡ୍ ହାର୍ଟ’ ଇମୋଜି ପଠାଉଛନ୍ତି ତେବେ ସେ ଚାହିଁଲେ ଆପଣଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିପାରିବେ | ଏହି କାରଣରୁ ଆପଣଙ୍କୁ ଜେଲ୍ ମଧ୍ୟ ହୋଇପାରେ | ରିପୋର୍ଟ ଅନୁଯାୟୀ, ଯଦି ‘ରେଡ୍ ହାର୍ଟ’ ଇମୋଜି ପଠାଉଥିବା ବ୍ୟକ୍ତି ସାଉଦି ନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ୨ ରୁ ୫ ବର୍ଷ ଜେଲ ଦଣ୍ଡ ହୋଇପାରେ। ଏହା ସହିତ ଅପରାଧୀଙ୍କୁ ୧ ଲକ୍ଷ ସାଉଦି ରିୟାଲ ଏବଂ ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୨0 ଲକ୍ଷ ଟଙ୍କା ଜରିମାନା ଆକାରରେ ଦେବାକୁ ପଡିବ | ଯଦି ଜଣେ ଉପଭୋକ୍ତା ପୁନର୍ବାର ଏହି ଅପରାଧ କରନ୍ତି, ତା’ହେଲେ ତାଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ |