ଜୟପୁର(ଏନଏନଏସ୍): ଜୟପୁରରେ ୮ ଦିନ ପାଇଁ ୧୪୪ ଧାରା । ସୂଚନାଯୋଗ୍ୟ ସାରା ସବଡିଭିଜନ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଅପ୍ରେଲ ୧୩ରୁ ୨୦ ଯାଏ ଏହି କଟକଣା ବଳବତ୍ତର ରହିବ । ଅପରାହ୍ନ ୩ଟାରୁ ପରବର୍ତ୍ତି ଦିନ ସକାଳ ୯ ଯାଏ କଟକଣା ଜାରିକରାଯାଇଛି । ସକାଳ ୯ଟାରୁ ଅପରାହ୍ନ୩ଟା ଯାଏ କଟକଣା କୋହଳ କରାଯିବ । ଅନ୍ୟପଟେ ପଣାସଂକ୍ରାନ୍ତି ଓ ହନୁମାନ ଜୟନ୍ତୀକୁ ନଜରରେ ରଖି ନିଷ୍ପତ୍ତି ନିଆଯାଇଛି । ଆଇନ ଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବାର ସୂଚନା ପ୍ରକାଶ ପାଇଛି ।