କୃଷି ଶାସନସଚିବଙ୍କର ଦୁଇଦିନିଆ କେନ୍ଦ୍ରାପଡା ଗ୍ରସ୍ତ ରାଜ୍ୟ କୃଷି ଶାସନ ସଚିବ ତଥା କେନ୍ଦ୍ରାପଡା ଜିଲ୍ଲାର ନୋଡାଲ ଅଫିସର ସୁରେଶ କୁମାର ବଶିଷ୍ଠ କେନ୍ଦ୍ରାପଡା ଜିଲ୍ଲାକୁ ଦୁଇଦିନିଆ ଗ୍ରସ୍ତରେ ଆସିଥିଲେ । ଶ୍ରୀ ବଶିଷ୍ଠ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ, ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାର ଉନ୍ନୟନ ଯୋଜନା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ କୋଭିଡ ସମୟରେ ଜିଲ୍ଲାରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିକରି ଜୀବିକା ବଞ୍ଚାଇବା ଉପରେ ଗୁରୁତ୍ବ ଦିଆଯାଇଛୁ । ଜିଲ୍ଲାର ଉଠାଜଳସେଚନ ଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ସେ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ସମନ୍ବୀତ ଶିଶୁବିକାଶ ଯୋଜନା , ଅଙ୍ଗନବାଡି କାର୍ଯ୍ୟକ୍ରମ, ମିଶନଶକ୍ତି କାର୍ଯ୍ୟର ସମୀକ୍ଷା କରିଥିଲେ । ମିଶନଶକ୍ତି କାଫେ , ଅଙ୍ଗନବାଡି କେନ୍ଦ୍ରର ଶିଶୁ ମାନଙ୍କୁ ଛତୁଆ ଯୋଗାଣ, ଗ୍ରାମୀଣ ଗୃହ ଯୋଗାଣ, ଗ୍ରାମିଣ ଜଳ ଯୋଗାଣ ବିଭାଗ ବ୍ୟବସ୍ଥା, ନିରାମୟ ଯୋଜନାରେ ଔଷଧ ବିତରଣ ବ୍ୟବସ୍ଥା, ଯୋଗାଣ ବ୍ୟବସ୍ଥା , ନିର୍ମାଣ ଶ୍ରମିକ ମାନଙ୍କୁ ଅନୁଦାନର ସମୀକ୍ଷା କରିଥିଲେ । ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ୨୮ଟି ଶ୍ମାର୍ଟ କ୍ଲାସରୁମ ବ୍ୟବସ୍ଥାର ନିରୀକ୍ଷଣ କରିବା ସହିତ ଏସବୁ ଯୋଜନା କିପରି ଚାଲିଛି ସେ ସମ୍ପର୍କରେ ସଚିବ କେତେକ ଯୋଗାଣ କେନ୍ଦ୍ର ପରିଦର୍ଶନ କରିଥିଲେ ।
#kendrapara #NNSODIA