ଏନଏନଏସ୍: ଆଜି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଏନେଇ ଶୈବପୀଠମାନଙ୍କରେ ପାଣି ଢାଳିବା ପାଇଁ କାଉଡ଼ିଆଙ୍କ ଭିଡ ଜମିଛି । ବାବା ଧବଳେଶ୍ୱରଙ୍କ ପୀଠରେ ମଧ୍ୟ ଜଳଲାଗି ପାଇଁ କାଉଡିଆଙ୍କ ଲମ୍ବା ଲାଇନ୍ । ସେପଟେ ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ଜଳ ଲାଗି କରିଛନ୍ତି। ଗୋଟିଏ ଦିନରେ ସଂକ୍ରାନ୍ତି, ସୋମବାର ଓ ଚିତାଲାଗି ଅମାବାସ୍ୟା ପଡ଼ୁଥିବାରୁ ବାବାଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ଲିଙ୍ଗରାଜଙ୍କ ପୀଠରେ ମଧ୍ୟ କାଉଡ଼ିଆଙ୍କ ଭିଡ଼ ଲାଗି ରହିଛି ।