କରୋନା ର ଦିତୀୟ ଲହରୀ ଓଡ଼ିଶାରେ ଦିନକୁ ଦିନ ହ୍ରାସ ପାଇବାକୁ ଲାଗିଛି।ଯେଉଁଥିପାଇଁ ରାଜ୍ୟ ସରକାର ଲକଡାଉନ୍ ସଟଡାଉନ୍ କୋହଳ କରିବା ସହ ଛାତ୍ର ଛାତ୍ରୀ ଙ୍କ ପାଠ ପଢ଼ାକୁ ଗୁରୁତ୍ୱ ଦେଇଛନ୍ତି। ଯାହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୋଭିଡ କଟକଣା ଭିତରେ ପ୍ରଥମ ପର୍ଯ୍ୟୟରେ ଦଶମ ଏବଂ ଦ୍ଵାଦଶ ଶିକ୍ଷା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ନାମା ଜାରି କରିଛନ୍ତି। କରୋନା ର ପ୍ରଥମ ଲହରୀ ପରେ କିଛି ଦିନ ପାଠ ପଢା ଯାଇଥିବା ବେଳେ ରାଜ୍ଯ ରେ ଆସିଥିଲା ଦିତୀୟ ଲହରୀ ,ସଂକ୍ରମଣ କୁ ଦୃଷ୍ଟି ରେ ରଖି ରାଜ୍ଯ ସରକାର ବିଦ୍ୟାଳୟକୁ ବନ୍ଦ କରିଦେଇଥିଲେ।ଦିର୍ଘ ୩ ମାସ ପରେ ଆଜି ଠାରୁ ଆରମ୍ଭ ହୋଇଛି ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ପାଠ ପଢା,ରାଜ୍ଯ ସରକାରଙ୍କ କୋଭିଡ୍ ଗାଇଡ ଲାଇନ ଅନୁଯାଇ ପ୍ରଥମେ ଛାତ୍ର ଛାତ୍ରୀ ମାନଙ୍କୁ ଥର୍ମାଲ୍ ସ୍କାନିଂ,ସାନିଟାଇଜ୍ କରାଯିବା ସହିତ ସାବୁନ ରେ ହାତ ଧୋଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ ତରଫରୁ ଦିଆ ଯାଇଥିବା ମାର୍ଗ ଦର୍ଶିକା ଅନୁଯାୟୀ ଦିନ ୧୦ ଟା ରୁ ୧ ଟା ୩୦ ପର୍ଯ୍ୟନ୍ତ କ୍ଳାସ କରାଯିବା ସହିତ ସେଥିରେ ୫ ଟି ପିରିୟଡ ରହିବ। ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ଦୁଇଟି ଗୃପ ମାଧ୍ୟମରେ ଶ୍ରେଣୀରେ ସାମାଜିକ ଦୂରତାରେ ବସାଯାଇଛି। ମୁଖ୍ଯତ ଇଂରାଜୀ ,ଗଣିତ ବିଷୟ ପ୍ରତି ଅଧିକ ଧ୍ୟାନ ଦିଆଯିବା ସହିତ କୋଭିଡ୍ ନିୟମ ଅନୁଯାୟୀ ପିଲାମାନଙ୍କୁ ପାଠ ପଢାଯାଉଛି । #SchoolReopen #Covid19 #NNSODIA