ଭୁବନେଶ୍ୱର(ଏନଏନଏସ୍): ଜୁନ୍ ୨୧ରେ ଖୋଲିବ ସ୍କୁଲ୍ । ଖରା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନେବେ ନିଷ୍ପତ୍ତି । ଜିଲ୍ଲାରେ ଖରାର ସ୍ଥିତି ଅନୁଯାୟୀ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି । ଅନ୍ୟପଟେ ରାଜ୍ୟରେ ପ୍ରବଳ ଖରା ଯୋଗୁଁ ସ୍କୁଲ ଛୁଟିକୁ ୨ଦିନ ବୃଦ୍ଧି କରାଯାଇଛି। ଖରା ବଢୁଥିବାରୁ ଜୁନ ୧୯ ତାରିଖ ପରିବର୍ତ୍ତେ ୨୧ତାରିଖରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି କରାଯାଇଛି ।