ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ଶ୍ରେଣୀକକ୍ଷରେ ଅଫ୍ଲାଇନ୍ ମାଧ୍ୟମରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ । ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ଅବସରରେ ସେ ଏହା କହିଥିଲେ । ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଓଡ଼ିଆ, ଇଲିଂଶ ମିଡିୟମ ସ୍କୁଲଗୁଡିକ ଖୋଲାଯିବ । ତେବେ ସ୍କୁଲରେ କୋଭିଡ୍ ନିୟୟମକୁ କଡ଼ାକଡି ଭାବେ ପାଳନ କରାଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇସାରିଛି । ନୂଆବର୍ଷ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲାଯିବାକୁ ସେ ଆଶାବାଦୀ ଥିବା କହିଛନ୍ତି ।