ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା ଅନଲାଇନରେ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ ବୁଧବାର ଏକ ଶୁଣାଣି କରି ଅଫଲାଇନ୍ ପରୀକ୍ଷାକୁ ବାତିଲ କରିବା ଆବେଦନକୁ ଖାରଜ କରିଦେଇଛନ୍ତି | କର୍ତ୍ତୃପକ୍ଷ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ଉଚିତ ବୋଲି କହିଛନ୍ତି କୋର୍ଟ । କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବେ ନାହିଁ | ଶୁଣାଣି ସମୟରେ ବେଞ୍ଚ ଆବେଦନକାରୀଙ୍କୁ ତାଗିଦ କରିଛନ୍ତି କୋର୍ଟ | ଏହିପରି ନିବେଦନ ପିଲାମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ବୋଲି କୋର୍ଟ କହିଛନ୍ତି |
ସିବିଏସଇ, ଆଇସିଏସଇ ଏବଂ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ଅଫଲାଇନ ପରୀକ୍ଷା ବିରୋଧରେ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି |ଅନୁଷ୍ଠାନଗୁଡ଼ିକ ସେମାନଙ୍କ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି କୋର୍ଟ। ଏପରି ନିବେଦନ ଶୁଣିବାର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି କୋର୍ଟ ।
ଅଫଲାଇନ୍ ପରୀକ୍ଷାକୁ ବାତିଲ କରିବା ପାଇଁ ଆବେଦନକାରୀ ସୁପ୍ରିମ କୋର୍ଟରେ ନିବେଦନ କରିଥିଲେ | ଆବେଦନକାରୀ ଉଲ୍ଲେଖ କରିଥିଲେ ଯେ, କୋଭିଡ କାରଣରୁ ପିଲାମାନେ ଅନଲାଇନରେ ପାଠ ପଢ଼ିଛନ୍ତି | କରୋନା ସଙ୍କଟ ଏପର୍ଯ୍ୟନ୍ତ ବି ଟଳି ନାହିଁ | ପିଲାମାନଙ୍କର ମୂଲ୍ୟାଙ୍କନ କରିବାର ପାଇଁ ଅନ୍ୟ କିଛି ଉପାୟ ଚିନ୍ତା କରିବା ଉଚିତ |