ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ବିପଦ ଏପର୍ଯ୍ୟନ୍ତ ଟଲିନି | ୟୁକ୍ରେନ ସୀମାରୁ ସୈନ୍ୟ ପ୍ରତ୍ୟାହାର କରି ନେଇଥିବା ଋଷ କହୁଥିଲେ ମଧ୍ୟ ସୀମାରେ ଋଷ ସୈନ୍ୟମାନଙ୍କର ବହୁଳ ଉପସ୍ଥିତି ରହିଥିବା ନୂଆ ସାଟେଲାଇଟ ଫଟୋରୁ ସୂଚନା ମିଳିଛି | ଆମେରିକାକୁ ମଧ୍ୟ ଋଷର କଥା ଉପରେ ଭରସା ନାହିଁ। ଆମେରିକା କହିଛି ଯେ ସେନା ପ୍ରତ୍ୟାହାର କରିବା ତ ଦୂରରେ କଥା ଋଷ ୟୁକ୍ରେନ ସୀମାରେ ଆହୁରି 7 ହଜାର ସୈନିକ ଠୁଳ କରିଛି।
ଏହାରି ଭିତରେ ଆମେରିକାର ପ୍ରତିରକ୍ଷା ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଆମେ ଋଷର ସେନା ପ୍ରତ୍ୟାହାର ଦେଖିନାହୁଁ | ଏମଏସଏନବିସି ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଆମେ ସୈନିକମାନଙ୍କୁ ସୀମା ଆଡକୁ ଆସୁଥିବାର ଦେଖିଛୁ, ଦୂରକୁ ଯିବାର ନୁହେଁ । ତେଣୁ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯେ କୌଣସି ସମୟରେ ଯୁଦ୍ଧ ହୋଇପାରେ ବୋଲି ଆମେରିକାର ପ୍ରତିରକ୍ଷା ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି । ଆମେରିକାର ସ୍ପେସ୍ ଫାର୍ମ ମ୍ୟାକ୍ସାର୍ ଟେକ୍ନୋଲୋଜିରୁ ସାଟେଲାଇଟ୍ ଫଟୋ ମଧ୍ୟ ଦର୍ଶାଉଛି ଯେ ୟୁକ୍ରେନ ସୀମାରେ ଋଷ ତାହାର ସୈନିକ ନିୟୋଜନକୁ ହ୍ରାସ କରିନାହିଁ। ସାଟେଲାଇଟ୍ ଫଟୋ ଅନୁଯାୟୀ ବେଲାଋଷ -ୟୁକ୍ରେନ ସୀମାଠାରୁ ମାତ୍ର 6 କିଲୋମିଟର ଦୂରରେ ଥିବା ପ୍ରିପାୟତ ନଦୀ ଉପରେ ଋଷ ଏକ ସେତୁ ମଧ୍ୟ ନିର୍ମାଣ କରିଛି। ଏହି ସେତୁ ନିର୍ମାଣ ହେବ ପରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଦୂରତା ଯଥେଷ୍ଟ ହ୍ରାସ ପାଇଛି |