ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ରାଜନୀତି ହୋଇଉଠିଛି ଚଳଚଞ୍ଚଳ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ରଣକୌଶଳ ପ୍ରସ୍ତୁତି କରୁଛନ୍ତି। ୟାରି ଭିତରେ ନିର୍ବାଚନ ପୂର୍ବରୁ ଜୋର ଧରିଲାଣି ରାଜନୈତିକ ହିଂସା । ବିଭିନ୍ନ ପଞ୍ଚାୟତରେ କିଛି ଗୁଣ୍ଡା ଶ୍ରେଣୀର ନେତା ପ୍ରାର୍ଥୀମାନଙ୍କୁ ଧମକ ଚମକ ଦେଉଥିବା ମଧୁ ଅଭିଯୋଗ ଆସୁଛି । ତେବେ ଜଣେ ସରପଞ୍ଚ ପ୍ରାର୍ଥୀନୀଙ୍କୁ ବନ୍ଧୁକ ମୁନରେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତରେ | ତୁଳଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ନିବେଦିତା ମଲିକଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦିଆଯାଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ନିବେଦିତାଙ୍କୁ ପ୍ରଚାର ସମୟରେ ସେଇ ଗ୍ରାମର ଯୁବକ ରଵୀନ୍ଦ୍ର ରାଉଳ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିଲେ। ଏ ନେଇ ତିର୍ତ୍ତୋଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସରପଞ୍ଚ ପ୍ରାର୍ଥୀନୀ ନିବେଦିତା। ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି | କ୍ୟାମେରା ସାମ୍ନାରେ ନିବେଦିତା କୈାଣସି ପ୍ରତିକ୍ରିୟା ଦେଇ ନାହାନ୍ତି | ଅନ୍ୟପକ୍ଷରେ ରଵୀନ୍ଦ୍ରଙ୍କୁ ହତ୍ୟା ଧମକ କଥା ପଚାରିବାରୁ ସେ ଏହି କଥାକୁ ଖଣ୍ଡନ କରିଛନ୍ତି | ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି |