ଓଡ଼ିଶାର ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ମା ସାରଳା ଠାକୁରାଣୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ଆଜି ରାଜ୍ୟ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଆସିଥିବା ଅବସରରେ ମନ୍ଦିର କାର୍ଯ୍ୟାଳୟରେ କିଛି ସମୟ ଅବସ୍ଥାନ କରିବା ସମୟରେ ସ୍ଥାନୀୟ ଅଧିକାରୀ ପଣ୍ଡା, ସେବକ ଓ କେତେକ ଜନ ପ୍ରତିନିଧି ଙ୍କ ଆପତ୍ତି- ଅଭିଯୋଗ କୁ ଆଧାର କରି କହିଲେ ଯେ ଝଙ୍କଡ଼ ସାରଳା ପୀଠର ସୌନ୍ଦର୍ଯ୍ୟକରଣ ଓ ଭିତ୍ତିଭୂମିର ବିକାଶ ନିମନ୍ତେ ଓଡିଶା ସରକାର ଯତ୍ନବାନ ଅଛନ୍ତି। ଏଥିପାଇଁ ଆବଶ୍ୟକୀୟ ଅର୍ଥରାଶି ସରକାର ଙ୍କ ତରଫରୁ ଖୁବ୍ ଶୀଘ୍ର ପ୍ରଦାନ କରାଯିବ। ଇତି ମଧ୍ୟରେ ରାଜ୍ୟ ପ୍ରଚେଷ୍ଟା ବିଭାଗର ଏକ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ କରି ଫେରି ଯାଇଛନ୍ତି ।
ସେମାନଙ୍କ ରିପୋର୍ଟ ଆଧାରରେ ମନ୍ଦିର ର ମରାମତି ଓ ପୁନଃନିର୍ମାଣ କରାଯିବ। ଖୁବଶୀଘ୍ର ଦେବୋତ୍ତର କମିଶନର ଓ ଜଗତସିଂହପୁର ଜିଲ୍ଲାପାଳଙ୍କ ସହିତ ମନ୍ତ୍ରୀ ନିଜେ ଉପସ୍ଥିତ ରହି ପଣ୍ଡା, ସେବକ ଓ ସ୍ଥାନୀୟ ଅଧିବାସୀ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ମନ୍ତ୍ରୀ ଶ୍ରୀ ଜେନା ଙ୍କ ସହିତ ସାରଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ପରିଜା, ବିବେକାନନ୍ଦ ସାମନ୍ତରାୟ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ଵାଳ, ସେବାୟତ ମାନଙ୍କ ପ୍ରତିନିଧି ଲକ୍ଷ୍ମୀଧର ମହାପାତ୍ର, ତିର୍ତ୍ତୋଲ ବ୍ଲକ ବିଡିଓ ଅତୁଲ ବିହାରୀ ସ୍ବାଇଁ ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟ ଗଣ ବ୍ୟକ୍ତି ମାନ୍ୟବର ମନ୍ତ୍ରୀ ଙ୍କୁ ପୁଷ୍ପାର୍ପଣ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।।