<h3>ଜୁନ୍ ୯ ତାରିଖରେ ତୃତୀୟ ଥର ପାଇଁ ଦେଶର ପ୍ରଧାନ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ । ନରେନ୍ଦ୍ର ମୋଦୀଙ୍କ ଏହି ଶପଥ ଗ୍ରହଣ ସମାରୋହରେ ବଡ ବଡ ରାଜନେତାଙ୍କଠୁ ଆରମ୍ଭ କରି ସମସ୍ତ ସେଲିବ୍ରିଟି ଏବଂ ଉଦ୍ୟୋଗୀମାନଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିସହିତ କେନ୍ଦ୍ର ସରକାରଙ୍କ ଯୋଜନା ଦ୍ୱାରା ଉପକୃତ ହେଉଥିବା ସମସ୍ତ ହିତାଧିକାରୀମାନଙ୍କୁ ମଧ୍ୟ ଶପଥ ସମାରୋହରେ ନିମନ୍ତ୍ରଣ ଦିଆଯାଇଛି। ଏହାବ୍ୟତୀତ କେନ୍ଦ୍ରୀୟ ଭିଷ୍ଟା ପ୍ରକଳ୍ପରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ ଏବଂ ବନ୍ଦେ ଭାରତ ଟ୍ରେନ୍ ଓ ମେଟ୍ରୋ ଟ୍ରେନ ରେଳବାଇରେ କାର୍ଯ୍ୟ କରୁଥିବା ସମସ୍ତ କର୍ମକର୍ତ୍ତାଙ୍କ ସମେତ ସମସ୍ତ ସଫେଇ କର୍ମଚାରୀ, ପରିମଳ କର୍ମକର୍ତ୍ତା ଏବଂ କେତେକ ଟ୍ରାନ୍ସଜେଣ୍ଡରମାନଙ୍କୁ ମଧ୍ୟ ମୋଦୀଙ୍କ ତରଫରୁ ବିଶେଷ ଭାବେ ଶପଥ ଗ୍ରହଣ ସମାରୋହରେ ନିମନ୍ତ୍ରଣ ଦିଆଯାଇଛି ।</h3>