ଯେପରି ଚୋର ଘର ସବୁଦିନ ଅନ୍ଧାର ନଥାଏ, ସେପରି କୁଜଙ୍ଗ ତହସିଲଦାର ପ୍ରୀତିପୂର୍ଣା ମିଶ୍ର, ଅତିରିକ୍ତ ତହସିଲଦାର ଡ଼ଃ. ପୂଜା ଲେଙ୍କା ଙ୍କ ମିଳିତ ଅଚାନକ ଚଢ଼ାଉରେ ଧରା ପଡିଛି ଦୁଇଟି ନୂଆ ଟ୍ରାକ୍ଟର ଯାହାର ଡାଲା କିନ୍ତୁ ପୁରୁଣା | ସୂଚନା ମୁତାବକ କୁଜଙ୍ଗ ତହସିଲ ଅଧୀନରେ ଅନେକ ବେଆଇନ ବାଲିଘାଟରୁ ଦୈନିକ ସହ ସହ ଟ୍ରିପ ବାଲି ଚୋରାଚାଲାଣ ହେଉଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ କୁଜଙ୍ଗ ତହସିଲ କର୍ମଚାରୀ ଅଚାନକ ଚଢ଼ାଉ କରି ହରିପୁର ଏବଂ ଅନୋଳିପାଟଣା ଠାରେ ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିଲେ | ଏଥି ସହିତ ହରିପୁର ଝାଉଁ ବଣ ନିକଟରେ ଥିବା ପାଞ୍ଚଟି ବାଲି ଷ୍ଟକ ପଏଣ୍ଟ କୁ ସିଜ୍ କରି ସେଠାରେ ନାଲି ପତାକା ମାରିଥିଲେ | ଜବତ ହୋଇଥିବା ଗାଡିକୁ ତିର୍ତ୍ତୋଲ ପୋଲିସ ସହାୟତାରେ ଥାନା ପରିସରକୁ ଅଣାଯାଇଥିଲା | ଆଶ୍ଚର୍ଯ୍ୟର ବିଷୟ ଟ୍ରାକ୍ଟର ଦୁଇଟିରୁ ଗୋଟିଏ ଗାଡିର ନମ୍ବର OD21M 2978 ଏବଂ ଅନ୍ୟ ଗାଡି ଟି ନମ୍ବର ବିହୀନ ହୋଇଥିବା ବେଳେ ଗାଡି ଦ୍ବୟର ଡାଲା କିନ୍ତୁ ପୁରୁଣା | ଏବଂ ନମ୍ବର ବିହୀନ ଗାଡ଼ିରେ OR21C 6441 ନମ୍ବର ଯୁକ୍ତ ଡାଲା ଲାଗିଥିବା ଦେଖିବାକୁ ମିଳିଥିଲା | ଗାଡି ଦ୍ବୟ କୁ ୨୦ହଜାର ଏବଂ ୨୫ହଜାର ଜୋରିମାନା ଆଦାୟ ପରେ ଛାଡି ଦିଆଯାଇଥିଲା | ଚଢ଼ାଉ ସମୟରେ ତହସିଲଦାର ଙ୍କ ସହିତ ଅତିରିକ୍ତ ତହସିଲଦାର, ରାହାମା ରାଜସ୍ବ ନିରୀକ୍ଷକ ଏବଂ ତିର୍ତ୍ତୋଲ ଥାନାର କର୍ମଚାରୀ ମାନେ ଉପସ୍ଥିତ ଥିଲେ | ଏ ବିଷୟରେ କୁଜଙ୍ଗ ତହସିଲ କାର୍ଯ୍ୟାଳୟ ତରଫରୁ ଟ୍ୱିଟ ମାଧ୍ୟମରେ ଜଗତସିଂହପୁର ଜିଲ୍ଲାପାଳଙ୍କ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସମେତ ମୋ ସରକାର 5T ବିଭାଗକୁ ଅବଗତ କରାଯଇଥିଲା |
#MinorMineral #SandMining #NNSODIA