ବଲିଉଡ୍ ସୁପରଷ୍ଟାର ଭାଇଜାନ୍ ଙ୍କୁ ଲାଗିଲା ଆଘାତ । ଖବର ଅନୁଯାୟୀ ସଲମାନ୍ ଏକ୍ସରସାଇଜ୍ କରୁଥିବା ବେଳେ ୫ କିଲୋର ଡମ୍ବଲ ଟେକୁଥିଲେ । ଏହି ସମୟରେ ତାଙ୍କ କାନ୍ଧ ମକଚି ହୋଇଯାଇଥିଲା, ଯାହାଫଳରେ ତାଙ୍କ ବାମ କାନ୍ଧରେ ଆଘାତ ଲାଗିଛି । ଏନେଇ ସଲମାନ୍ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରିଛନ୍ତି । ସଲମାନ୍ ସୋସିଆଲ ମିଡ଼ିଆରେ ତାଙ୍କ କାନ୍ଧରେ ବ୍ୟାଣ୍ଡେଜ ହୋଇଥିବାର ଫଟୋ ସେୟାର କରିବା ସହ ଲେଖିଛନ୍ତି, ଯେତେବେଳେ ତୁମେ ଭାବିବ ଦୁନିଆର ଭାର ନିଜ କାନ୍ଧରେ ଉଠାଇ ରଖିଛ ସେତେବେଳେ ତୁମେ ନିଜେ କହିବ ଦୁନିଆ କଥା ତ ଛାଡ ଆଗେ ଏଇ ୫ କିଲୋର ଡମ୍ବଲ ଉଠାଇ ଦେଖ? ଏହାପରେ ସଲମାନ୍ ଲେଖିଛନ୍ତି “ଟାଇଗର ଜଖମୀ ହେ” ।
ସୋସିଆଲ ମିଡ଼ିଆରେ ଏହି ଫଟୋ ସେୟାର ହେବା ପରେ ସଲମାନ୍ ଙ୍କ ଫ୍ୟାନ୍ ମାନେ କମେଣ୍ଟ କରିଛନ୍ତି । ବହୁତ ଜଲଦି ସଲମାନ୍ ଠିକ୍ ହୋଇଯିବେ ବୋଲି ଫ୍ୟାନ୍ ମାନେ ପ୍ରାର୍ଥନା କରିଛନ୍ତି । ଅନ୍ୟପଟେ ସଲମାନ୍ ତାଙ୍କର ଆଗାମୀ ଫିଲ୍ମ “ଟାଇଗର-୩” ସୁଟିଂ ପାଇଁ ଆହତ ହୋଇଥିବା ଜଣା ପଡ଼ିଛି । ଏହି ଚଳିତବର୍ଷ ରିଲଜ୍ ହେବାକୁ ଥିବା ବେଳେ ଏଥିରେ କିଙ୍ଗଖାନ୍ ଶାହାରୁଖ୍ ମଧ୍ୟ ନଜର ଆସିବେ ।