ଅହେତୁକ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ସାଲେପୁର ବିଦ୍ୟୁତ କାର୍ଯ୍ୟଳୟ ସମ୍ମୁଖରେ ବିଦ୍ୟୁତ୍ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସରକାର ବିଦ୍ୟୁତ୍ ବିଭାଗ ଟାଟା ପାୱାର କୁ ହସ୍ତାନ୍ତର କରିଛନ୍ତି। ଯାହା ଫଳରେ ଟାଟା କମ୍ପାନୀ ପକ୍ଷରୁ ବିଦ୍ୟୁତ ଶୁଳ୍କ ବାରମ୍ବାର ବୃଦ୍ଧି ହେଉଛି। ସାଧାରଣ ଲୋକ ମାନେ ମହାମାରୀ କୋରୋନା ସମୟରେ ଶୁକ୍ଳ ଦେବାରେ ହଇରାଣ ହେଉଛନ୍ତି। ଏଥି ସହ ବାରମ୍ବାର ଅହେତୁକ ବିଜୁଳି କାଟ ଏବଂ ଏ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା କୁ ନେଇ ସାଲେପୁର ବିଦ୍ୟୁତ୍ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଦ୍ୟୁତ୍ ବିଭାଗ SDO ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଯଦି ଆଗମୀ ଦିନରେ ସରକାରଙ୍କ ପକ୍ଷରୁ ଦାବିଗୁଡିକ ପୂରଣ ନ କରନ୍ତି ତା ହେଲେ ଆଗମୀ ଦିନରେ ପୁନବାର ଆନ୍ଦୋଳନ ସଂଗଠୀତ ହେବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।
#salepur #NNSODIA